ସ୍ବାଧିନତା ଦିବସ ଉପଲକ୍ଷେ ହେଇଥିବା ପ୍ରତିଯୋଗୀତାରେ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୃତିତ୍ୱ

5

ପଦ୍ମପୁର:-ସ୍ବାଧିନତା ଦିବସ ଉପଲକ୍ଷେ ପଦ୍ମପୁର ଉପଖଣ୍ଡ ରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଞ୍ଚଳ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ କୃତିତ୍ୱ ଲାଭ କରିଛନ୍ତି। ଓଡ଼ିଆ ଭାଷଣ ପ୍ରତିଯୋଗିତାରେ ଝୁମି ମେହେର, ଶୁଭଶ୍ରୀ ପାତ୍ର ଓ କିରଣ କୁମାର ବାଗ କୃତିତ୍ୱ ଲାଭ କରିଥିଲେ। ଇଂରାଜୀ ଭାଷଣ ପ୍ରତିଯୋଗୀତା ରେ ଆଦିତ୍ୟ ବଞ୍ଛୋର୍, ମୁକେଶ ଯାଦବ, ଏବଂ ଶୁଭଶ୍ରୀ ପାତ୍ର କୃତିତ୍ୱ ଲାଭ କରିଥିଲେ। ଓଡ଼ିଆ ରଚନା ପ୍ରତିଯୋଗିତାରେ ବିଶ୍ବରଂଜନ ଦାସ ପ୍ରଥମ ସ୍ଥାନ ଏବଂ ପ୍ରିୟଦର୍ଶିନୀ ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଥିଲେ। ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଶକ୍ତିଶ୍ୱରୁପା ପଣ୍ଡା, ସ୍ମୃତିରେଖା ପୃଷ୍ଟୀ, ସୁବ୍ରତ ଧରୁଆ, ବିମଳ ପାଣ୍ଡେ ଓ ଅଙ୍କିତା ପୃଷ୍ଟୀ କୃତିତ୍ୱ ଲାଭ କରିଥିଲେ। ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ଶକ୍ତିଶ୍ଵରୁପା ପଣ୍ଡା, ବିଶ୍ବରଂଜନ ଦାସ ଏବଂ ପ୍ରୀରିରାନି ସୁନା କୃତିତ୍ୱ ଲାଭ କରିଥିଲେ। ପଦ୍ମପୁର ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ରାଜବୋରସମ୍ବର ଉଚ୍ଚ ବିଦ୍ୟାଳୟ ପଡିଆ ରେ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.