ଭୁବନେଶ୍ୱର ତା-୧୬.୦୮.୨୦୨୪: ଜନସାଧାରଣଙ୍କ ନିମନ୍ତେ ବିଶେଷ ସୂଚନା । ଆଗାମୀ ଅଗଷ୍ଟ ୧୯ ତାରିଖ(ସୋମବାର ) ଏବଂ ଅଗଷ୍ଟ ୨୬ତାରିଖ(ସୋମବାର)ରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ । ସରକାରୀ ଛୁଟି ଥିବାରୁ ଏହି ଦିନଗୁଡ଼ିକରେ ଅଭିଯୋଗ ଶୁଣାଣି ବନ୍ଦ ରହିବ l ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |
ସୂଚନାଯୋଗ୍ୟ ଯେ , ପ୍ରତିଦିନ ଦୁଇ ଘଣ୍ଟା ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖ ଶୁଣିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ସୋମବାର ଅଭିଯୋଗ ଶୁଣାଣି କରିବେ ବୋଲି ଘୋଷଣା କରି ଜୁଲାଇ ପ୍ରଥମ ସୋମ ବାର ଠାରୁ ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ | ହେଲେ ସେହି ମାସରେ ପାଞ୍ଚଟି ସୋମବାର ମଧ୍ୟରୁ ବ୍ୟସ୍ତତା କାରଣରୁ କେବଳ ଦୁଇଟି ସୋମବାର ଅଭିଯୋଗ ଶୁଣାଣି/ଜନଶୁଣାଣୀ କରିଥିଲେ | ଏଇମାସରେ ମଧ୍ୟ ପାଞ୍ଚ ତାରିଖରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିଥିବା ବେଳେ ଦିଲ୍ଲୀ ଗସ୍ତ ପାଇଁ ୧୨ ତାରିଖ ଅଭିଯୋଗ ଶୁଣାଣି ବନ୍ଦ ରହିଥିବା ବେଳେ ଆଗାମୀ ଅଗଷ୍ଟ ୧୯ ତାରିଖ(ସୋମବାର ) ଏବଂ ଅଗଷ୍ଟ ୨୬ତାରିଖ(ସୋମବାର)ରେ ସରକାରୀ ଛୁଟି ପଡୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ ।
Sign in
Sign in
Recover your password.
A password will be e-mailed to you.