ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଧୁମ୍ ଧାମରେ ୭୮ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ନିଜ ନିଜ ଅନୁଷ୍ଠାନରେ ସମସ୍ତେ ପତାକା ଉତ୍ତୋଳନ କରି ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ l ପରେ ସ୍ଥାନୀୟ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟରେ ସାମୂହିକ ପତାକା ଉତ୍ତୋଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା l ପ୍ରଧାନ ଶିକ୍ଷୟିତ୍ରୀ ରାଜ କୁମାରୀ ସ୍ୱାଲ ସିଂଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି ସାମୁହିକ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ଯାଜକ ବିମଳ ଚନ୍ଦ୍ର ନାୟକ, ଋଷିମାଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଭାସ୍କର ଚରଣ ନାୟକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ, ବନାଞ୍ଚଳ ଅଧିକାରୀ ହରିହର ବେହେରା, ଥାନା ଅଧିକାରୀ ଚିରଞ୍ଜିବୀ ବେହେରା, ସରପଞ୍ଚ ସଂଯୁକ୍ତା ମଲ୍ଲିକ, ଝିଞ୍ଜିରିଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ, କୁମ୍ଭାରିଗାଁ ସରପଞ୍ଚ ସୁମିତ୍ରା ଦଳ ବେହେରା, ପ୍ରମୁଖ ମଞ୍ଚାସିନ କରିଥିଲେ । ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ପ୍ୟାରେଡ ଅଭିବାଦନ ସହ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିଲେ l ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପ୍ରଧାନ ପତାକା ଉତ୍ତୋଳନ କରିଥିଲେ l ଉପସ୍ଥିତ ସମସ୍ତ ଜନ ସାଧାରଣ ଜାତୀୟ ପତାକାକୁ ସମ୍ମାନ ଜଣାଇ ବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ । ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ବ୍ୟାଣ୍ଡ ସହ ପ୍ୟାରେଡ୍ ପ୍ରଦର୍ଶନ କରି ଜାତୀୟ ପତାକାକୁ ସାଲମ୍ ଜଣାଇ ଥିଲେ । ବିଧାୟକ ଶ୍ରୀ ପ୍ରଧାନ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ ୭୮ ତମ ସ୍ବାଧିନତା ଦିବସ ପାଳନ ଓ ଦେଶର ସ୍ବାଧୀନତା ସମ୍ପର୍କରେ ଅଭି ଭାଷଣ ରଖି ଥିଲେ l ସେ ତାଙ୍କ ଭାଷଣରେ ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶର ସ୍ୱତନ୍ତ୍ରତା l ଏଣୁ ଦେଶର ସଂହତି ରକ୍ଷା କରିବା ସହ ଦେଶର କଲ୍ୟାଣ ସାଧନ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ l ଏଣୁ ପ୍ରତ୍ୟେକ ନାଗରିକ ବିକଶିତ ଆତ୍ମ ନିର୍ଭର ଭାରତ ଗଠନରେ ଯୋଗଦାନ କରିବାକୁ ସେ ଆହ୍ବାନ ଦେଇଥିଲେ ଏବଂ ଦେଶର ସ୍ବାଧୀନତା ସଂଗ୍ରାମୀ ଓ ସହିଦ୍ ଜୱାନ୍ ମାନଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଋଷିମାଳ ମହାବିଦ୍ୟାଳୟର ଯୁକ୍ତ ତିନି, ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗ, ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କିରମା ହାଟ ପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସରସ୍ପତି ଶିଶୁ ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ପଞ୍ଚାୟତର ଜନପ୍ରତିନିଧି , ୱାର୍ଡ ସଭ୍ୟ ସଭ୍ୟା, ଅଭିଭାବକ ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷକ ଜିତୁ ସଭା ସୁନ୍ଦର ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ସ୍ବାଗତ କରିଥିଲେ l ଶିକ୍ଷୟିତ୍ରୀ ସରିତା ଦାସ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ପ୍ରେମ ଲତା ବଳିଆର ସିଂ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବିଧାୟକ ଦଳର ବ୍ରାହ୍ମଣୀଗାଁ ପଞ୍ଚାୟତ ସଭାପତି ମାରିଆନ ଉଠାନ ସିଂ, ସମ୍ପାଦକ ଶରତ ବଳିଆର ସିଂ, ସହଯୋଗୀ କର୍ମୀ କୁକୁ ମନ୍ତ୍ରୀ, ସିଲୁ ବିଷୋୟୀ, ଆଖେଶ୍ୱର୍ ମାଝୀ ସମେତ ସମସ୍ତ ଦଳୀୟ କର୍ମୀମାନେ ସହଯୋଗ କରିଥିଲେ । ଥାନା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ନେତୃତ୍ୱରେ ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଏସ ଆଇ ରମାକାନ୍ତ ସେଠି, ଶଙ୍କର ୱାଡକା ଙ୍କ ସମେତ ସୁରକ୍ଷା କର୍ମୀ ଓ ଗୃହରକ୍ଷୀମାନେ ମୂତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post