ନ୍ୟୁ ଡ୍ରିମ୍ ଇଣ୍ଡିଆ ସ୍କୁଲ ପରିସରରେ ୭୮ ତମ ସ୍ବାଧୀନତା ପାଳନ

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି. ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କର ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଦେଶ ପ୍ରତି ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଶତପଥୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଆଦର୍ଶ, ଦେଶ ଗଠନ ରେ ସେମାନଙ୍କ କଠୋର ପରିଶ୍ରମ ବିଷୟରେ ଅବଗତ କରାଇଥିଲେ. ସେହିପରି ସହ-ଶିକ୍ଷୟତ୍ରୀ ଶ୍ରୀମତୀ ପୂର୍ବାସା ମିଶ୍ର ଦେଶ ମାର୍ତୃକା ପ୍ରତି ସେବା ମନୋଭାବ ପାଇଁ ତ୍ରିରଙ୍ଗା ପତାକା ତଳେ ଛାତ୍ର ଛାତ୍ରୀମାନଙ୍କୁ ଶପଥପାଠ କରାଇଥିଲେ. କୁନି କୁନି ପିଲାଙ୍କ ଫ୍ୟାନସିଡ୍ରେସ ପ୍ରତିଯୋଗିତା ଓ ଦେଶାତ୍ମକବୋଧ ନୃତ୍ୟ ପରିବେଷଣକୁ ଅବିଭାବକ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଉତ୍ସlହିତ କରିବା ସହ ବିଦ୍ୟାଳୟ କତୃପକ୍ଷଙ୍କୁ ଭୁୟସୀ ପ୍ରଶଂସା କରିଥିଲେ. ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଅମ୍ରିତା ପାଣିଗ୍ରାହୀ, ସାଗରୀକା ଶତପଥୀ, ରଶ୍ମି ସାହୁ, ନିବେଦିତା ଦାସ, ମଧୁସ୍ମିତା ଵେବର୍ତ୍ତା, ଦୀପିକା ମିଶ୍ର,ଦୀପାଞ୍ଜଳି ପାଳ, ଏଲ. କଲ୍ୟାଣୀ, ଵି. ସିରିଷା, ଜ୍ଞାନେଶ୍ୱର ନାୟକ,ବୀଣା ବେହେରା, ଉର୍ମିଳା ଭୁକ୍ତା ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ. କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଉପ-ଅଧ୍ୟକ୍ଷା ସ୍ମିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ.

 

Leave A Reply

Your email address will not be published.