ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ସେବିଲାଶ ଭୁୟାଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା କିଶୋର ଚନ୍ଦ୍ର ଗୁରୁ , ବିରଞ୍ଜନ ମାଝୀ , ବୋୟାଜ ବେବର୍ତ୍ତା , ସୁଧିର ଚନ୍ଦ୍ର ପାଣି , ଲିଙ୍ଗରାଜ ପାଣିଗ୍ରାହୀ , ଉମାକାନ୍ତ ପଟ୍ଟନାୟକ , ତ୍ରିନାଥ ପଟ୍ଟନାୟକ , ଲୋଗସ ଦାସ୍ ବର୍ଦ୍ଧନ , ଶେଖ୍ ମୁଜିବ , ଶେଖ୍ କାଦିର , ପ୍ରମୋଦ ସ୍ୱାଇଁ , ବିନୋଦ ବେହେରା , କେଦାର ନାଥ ପ୍ରଧାନ , ଦେବାଶିଷ ପାଣିଗ୍ରାହୀ , ଅନିଲ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।
ଉପସ୍ଥିତ ସାଥୀମାନେ ଦେଶର ଏକତା ଅଖଣ୍ଡତା ଓ ପ୍ରଗତି ପାଇଁ ଏକାଠି ହୋଇ କାମ କରିବା ନିମନ୍ତେ ଉଦବୋଧନ ଦେଇଥିଲେ। ପରିଶେଷରେ କୁନି ମେଧାବୀ ଛାତ୍ର ସାଇ ନାଥ ବେହେରା ସ୍ଵାଧୀନତା ଦିବସ ଉପଲକ୍ଷେ ବକ୍ତୃତା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.