ପଦ୍ମପୁର:- ସହର ର ଅଗ୍ରଣୀ ସର୍ବପୁରାତନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ର ୨୬ ତମ ନୂଆଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ଶ୍ରୀ ଅନିଲ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ତା.୦୮.୦୯.୨୦୨୪ ରିଖ ରବିବାର ଦିନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହେବାର ସ୍ଥିରୀକୃତ ହୋଇଥିବା ବେଳେ ,ଏହିଦିନ ଅପରାନ୍ହ ୫ଘ. ସମୟରେ ଝାଙ୍କର ଦ୍ୱାରା ମାଁ ସମଲେଲଶ୍ବରୀ ଙ୍କ ପୂଜା, ସମ୍ଵର୍ଦ୍ଧନା ,ଜୁହାରଭେଟ,କବିତା ପଠନ ସଙ୍ଗେ ସଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାପାଇଁ ସ୍ଥିରୀକୃତ ହୋଇଥିଲା। କୋଷାଧକ୍ଷ ଶ୍ରୀ ସୁରେଶ ମିଶ୍ର ଗତ ବର୍ଷ ର ଆୟ ବ୍ୟୟ ର ବିବରଣୀ ଉପସ୍ଥାପନ କରିଥିଲେ। ସମ୍ପାଦକ ଶ୍ରୀ ରଘୁନାଥ ପୁରୀ ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ଶ୍ରୀ ପ୍ରତାପ ନାଥ, ଶ୍ରୀ ଶାନ୍ତ ସଂଗ୍ରାମ ଭୋଇ ,ଶ୍ରୀ ସୁମନ୍ତ ସାହୁ,ଶ୍ରୀ ସହଦେଵ ମେହେର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଆଇନଜୀବୀ ଲିଙ୍ଗରାଜ ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥଲେ।
Sign in
Sign in
Recover your password.
A password will be e-mailed to you.