(ଶାସକ ପ୍ରଶାସକ /ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ:୧୫/୮, ସ୍ଥାନୀୟ ଖଲ୍ଲିକୋଟ ମର୍ଦ୍ଦରାଜ ଶିକ୍ଷକ ସଂଘ ଭବନରେ ୭୮ତମ ସ୍ବାଧୀନତା ଦିଵସ ପାଳିତ ମହାସମାରୋହରେ ହୋଇଯାଇଅଛି । ଏଅଵସରରେ ଖଲ୍ଲିକୋଟ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।
ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କୁ ଉପଢୌକନ ଓ ଫୁଲ ମାଳ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଖଲ୍ଲିକୋଟ ମର୍ଦ୍ଦରାଜ ଶିକ୍ଷକ ସଂଘ ର ବରିଷ୍ଠ ଶିକ୍ଷକ ତଥା ଉପଦେଷ୍ଟା କମିଟିର ଶ୍ରୀ କ୍ଷିତିଶ ଚନ୍ଦ୍ର ଦାଶ ପତାକା ଉତ୍ତୋଳନ କରିଥିଲେ। । ଆଜିର ଏ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଶ୍ରୀ ନାଗେଶ୍ଵର ବାରିକ, ପ୍ରଶାନ୍ତ କୁମାର ଦାଶ ସନ୍ତୋଷ କୁମାର ମଲ୍ଲିକ, ବଳରାମ ଜାଲି ବାବୁଲା ଦାସ, ଭିକାରୀ ଶବର, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅବସରରେ ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା
ଉପଦେଷ୍ଟା ଶିବରାମ ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଉପଦେଷ୍ଟା ପ୍ରଦୀପ କୁମାର ଆଚାର୍ଯ୍ୟ, ମାଗତା ନାହାକ , କୃଷ୍ଣ ଚନ୍ଦ୍ର ଜେନା, କଳା ଶିକ୍ଷକ ବାବୁଲି ସାମନ୍ତ , ଦୁର୍ଯୋଧନ ପଲେଇ, ଇନ୍ଦ୍ରମଣି ପ୍ରଧାନ ଙ୍କ
ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏକ୍ଷେତ୍ରରେ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଶିକ୍ଷକ ସଂଘ ଭବନରେ ୭୮ତମ ସ୍ବାଧୀନତା ଦିଵସ ଉପରେ ଆଲୋକ ପାତ କରିଥିଲେ । ତା ସଙ୍ଗେ ସଙ୍ଗେ ଶିକ୍ଷକତା କରିବାର ମହାନତା ପରିଚୟ ଦେଇଛନ୍ତି। ଶିକ୍ଷକ ସଂଘ ଭବନ ର ନୂତନତ୍ବ ଦେବାକୁ ଆକ୍ଷିଆଗରେ ରଖି ସରକାରଙ୍କ ଦ୍ୱାରା ସାହାଯ୍ୟ କରିବାକୁ ନିଜର ମତପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.