କାଦୁଅ ପଚ ପଚ ପଡ଼ିଆରେ ପାଳିତ ହେଲା ସ୍ୱାଧୀନତା ଦିବସ

5

ଆକର୍ଷଣୀୟ ଓ ପ୍ରେରଣାଦାୟୀ ଭାଷଣ ଦେଲେ ବିଧାୟିକା ବର୍ଷା ସିଂ

ବରଗଡ଼ :- ଆଜି ଆମ ମାତୃଭୂମି ଭାରତ ବର୍ଷ ର ପ୍ରାୟେକ ସ୍ଥାନରେ 78 ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ ର ସହିତ ପାଳନ କରାଯାଇଛି । ଏହି ଅବସର ରେ ଦେଶର ପ୍ରତେକ ନାଗରିକ ଆମର ଜାତୀୟ ପତାକା କୁ ପ୍ରଣାମ କରିବା ସହିତ ସ୍ୱାଧୀନତା ସଂଗ୍ରାମର ସଂଗ୍ରାମୀ ମାନଙ୍କୁ ପ୍ରଣାମ କରୁଛନ୍ତି ।
78ତମ ସ୍ୱାଧୀନତା ଦିବସ ଅବସରରେ ବରଗଡ଼ ଜିଲ୍ଲା ପାଇକମାଲ ହାଇ ସ୍କୁଲ ପଡିଆ ଠାରେ , ବ୍ଲକ ସ୍ତରୀୟ ସମାରୋହ ର ଆୟୋଜନ କରାଯାଇ ଥିଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବାରିହା , 78ତମ ସ୍ୱାଧୀନତା ଦିବସ ସମାରୋହ ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ନିଜର ଅଭିଭାଷଣ ରଖି ବିଧାୟିକା ପ୍ରଥମେ , ସ୍ୱାଧୀନତା ସଂଗ୍ରାମ ରେ ନିଜର ଜୀବନ ଉତ୍ସର୍ଗ କରି ସର୍ବୋଚ୍ଚ ବଳିଦାନ ଦେଇ ସହିଦ ହୋଇଥିବା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ଦେଶ ନିର୍ମାଣରେ ନିଜର ସର୍ବସ୍ବ ସମର୍ପଣ କରିଥିବା ସଂଗ୍ରାମୀ ମାନଙ୍କୁ ପ୍ରଣାମ ଜଣାଇଥିଲେ । ଏହା ସହିତ ସ୍ଵାଧୀନତା ସଂଗ୍ରାମ ର ପ୍ରଥମ ସହିଦ , ଘେସଁ ଜମିଦାର ସହିଦ ମାଧୋ ସିଂ ତାଙ୍କର ପୁତ୍ର ଐରି ସିଂ , ବୈରି ସିଂ , ହଟେ ସିଂ , କୁଞ୍ଜେଳ ସିଂ , ତାଙ୍କର ଜ୍ୱାଇଁ ଙ୍କର ତଥା ଏହି ଅଂଚଲର ହଜାର ହଜାର ଆଦିବାସୀ ମାନଂକ ସ୍ୱାଧୀନତା ପାଇଁ ଲଢେଇ ଓ ବଳିଦାନ ବିଷୟରେ ବର୍ଣନା କରିଥିଲେ. ପଡ଼ିଆରେ ଉପସ୍ଥିତ ସମସ୍ତ ସ୍ରୋତା ଓ ଛାତ୍ରଛାତ୍ରୀ ମାନଙ୍କୁ ଆମ ସଂଗ୍ରାମୀ ପୂର୍ବ ପୁରୁଷ ମାନଙ୍କ ବାବଦରେ ଆହୁରି ଅଧିକ ଜାଣିବା ପାଇଁ କହିବା ସହିତ , କଠୋର ପରିଶ୍ରମ ସହିତ ସତ୍ୟର ଅନୁସରଣ କରି ଦେଶ ନିର୍ମାଣ ରେ ନିଜର ଯୋଗଦାନ ଦେବା ପାଇଁ କହିଥିଲେ । ଆଜିକାର ସମାରୋହ ସମୟରେ ଯଦିଓ ପାଗ ବଢିଆ ଥିଲା , ପଡ଼ିଆରେ ଦର୍ଶକ ମାନଙ୍କ ଉପସ୍ଥିତି ମଧ୍ୟ ଭଲ ଥିଲା, ହେଲେ ପଡିଆ ସରସର କାଦୁଅ ରେ ଭର୍ତି ଥିଲା । ଛାତ୍ରଛାତ୍ରୀ ମାନେ କାଦୁଅ ଭିତରେ ଛିଡା ହେବା ଓ ପେରେଡ଼ କରିବା ଦୃଶ୍ୟ ଖରାପ ଲାଗୁଥିଲା । ଦର୍ଶକ ମାନଙ୍କ ପାଇଁ ପଡ଼ିଆରେ କୌଣସି ବ୍ୟବସ୍ଥା ନଥିଲା ।
ଆଜିକାର ସମାରୋହ ରେ ବିଭିନ୍ନ ସ୍କୁଲ ର ପ୍ରାୟ 34 ଗୋଟି ଦଳ ଭାଗ ନେଇଥିବା ବେଳେ , ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ବିଧାୟିକା ଙ୍କର ଦ୍ୱାରା ପ୍ରତିଯୋଗୀମାନଙ୍କୁ ପୁରସୃତ କରାଯାଇଥିଲା । ଏହି ସମାରୋହ କୁ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ବିଡ଼ିଓ ଶ୍ରୀ ପ୍ରଫୁଲ କୁମାର ଅଦୁ ଓ ତାଙ୍କର ସହଯୋଗୀ ମନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.