ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।-ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ୪୫ତମ ସ୍ଵନକ୍ଷତ୍ର ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବର୍ଷିୟାନ ଶିକ୍ଷାବିତ ତଥା ଅନୁଷ୍ଠାନର ପ୍ରଥମ ସରକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିବା ଶ୍ରୀଯୁକ୍ତ ଶିରିସଚନ୍ଦ୍ର କର ,ସମ୍ମାନିତ ଅତିଥିଭାବେ ପୂର୍ବତନ ଅଧ୍ୟକ୍ଷା ତଥା ପରିଚାଳନା କମିଟି ସଭାପତି ଡ଼ଃ ଅଞ୍ଜଳି ଦାଶ,ମୁଖ୍ୟବକ୍ତା ଭାବେ ଝାରଖଣ୍ଡ ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ଦିନେଶ ଷଡ଼ଙ୍ଗୀ ,କାର୍ଯ୍ୟକ୍ରମର ସଂଯୋଜକ ତଥା ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ ପଟ୍ଟନାୟକ, ସହ ପ୍ରଶାସନିକ ଅଧିକାରୀ ଡ଼ଃ ଅଶୋକ ଶର୍ମା,କର୍ମଚାରୀ ସମିତିର ଉପସଭାପତି ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ ମଞ୍ଚାସିନ ଥିଲେ।
ଅଧ୍ୟାପିକା ପ୍ରାଚୀପ୍ରଭା ପଢ଼ିଆରୀ ଅତିଥୀମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବାବେଳେ ଶ୍ରୀଯୁକ୍ତ ସଞ୍ଜୀବ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ଓ ଡ଼ଃ ଅଶୋକ ଶର୍ମା ବାର୍ଷିକ ବିବରଣୀ ପାଠ କରିଥିଲେ।ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ତାଙ୍କ ଅଭିଭାଷଣରେ ଏଇ ମହାବିଦ୍ୟାଳୟରୁ ଅଧ୍ୟାପନା ଜୀବନ ଆରମ୍ଭ ହୋଇ ମହାବିଦ୍ୟାଳୟରୁ ସରିବାକୁ ଯାଉଛି ତାହା ବର୍ଣ୍ଣନା କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ କର ୪୫ ବର୍ଷ ତଳର ଶୂନ୍ୟ ପାଣ୍ଠିକୁ ପୂର୍ଣ୍ଣ ପାଣ୍ଠିରେ ପରିଣତ କରିବା ପାଇଁ ତତ୍କାଳୀନ ପ୍ରତିଷ୍ଠାତା ସଦସ୍ୟ ମାନେ କିପରି ଦ୍ୱାର ଦ୍ୱାର ବୁଲି ଭିକ୍ଷାମଗିଥିଲେ ତାହା ବର୍ଣ୍ଣନା କଲାବେଳେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା।ଏହି ଅବସରରେ ଶ୍ରୀଯୁକ୍ତ କର ଏଠାରେ ସ୍ନାତକତ୍ତୋର ଶ୍ରେଣୀ ଖୋଲିବାକୁ ବିଧ୍ୟାୟକ ,ପରିଚାଳନା ଅଧ୍ୟକ୍ଷା ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ।ମୁଖ୍ୟବକ୍ତା ଡ଼ଃ ଦିନେଶ ଷଡ଼ଙ୍ଗୀ ନିଜ ଅଭିଭାଷଣରେ ସୀମାନ୍ତ ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟର ବର୍ଣ୍ଣନା କରିବାସହ ଏହାକୁ ଆହୁରି ଆଗକୁ ନେବାପାଇଁ ଆହ୍ୱାନ କରିଥିଲେ।୨୦୨୩/୨୪ ଶିକ୍ଷାବର୍ଷରେ ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବରରଖି ଉତ୍ତୀର୍ଣ୍ଣ ହୋଇଥିବା ବିଜ୍ଞାନର ଛାତ୍ରୀ ଶୁଭଶ୍ରୀ ଦଣ୍ଡପାଟ ,କଳା ବିଭାଗର ଛାତ୍ରୀ ଲିଜା ପୁଟି,ବାଣିଜ୍ୟ ବିଭାଗର ଛାତ୍ରୀ ମନୀଷା କୈବର୍ତ୍ତ ଓ ନୃତତ୍ୱ ବିଭାଗର ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ପାଇଁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।ମହାବିଦ୍ୟାଳୟ ରେ ଦୀର୍ଘଦିନ ସେବାକରି ସେବାନିବୃତ୍ତ ହୋଇଥିବା ଅଧ୍ୟକ୍ଷ ନରେନ୍ଦ୍ର ମୋହନ ପଣ୍ଡା ,ପ୍ରାଧ୍ୟାପକଦିଲ୍ଲୀପ କୁମାର ସାହୁ,ପ୍ରାଧ୍ୟାପକ ଦିଲ୍ଲୀପ କୁମାର ସାହୁ,ମୁଖ୍ୟ କିରାଣୀ ସୁଧୀର ମହାନ୍ତ,ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ସୁଧୀର କୁମାର ସାହୁ,କର୍ମଚାରୀ ମୃତ୍ୟୁଞ୍ଜୟ ମହାନ୍ତ,କଲେଜ କ୍ୟାଣ୍ଟିନ ପରିଚାଳକ ସତ୍ୟକିଙ୍କର ସାହୁଙ୍କୁ ଅତିଥୀମାନଙ୍କ ଦ୍ୱାରା ମହାବିଦ୍ୟାଳୟ ତରଫରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ଶ୍ରୀଯୁକ୍ତ ଶିଶିର କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ମହାବିଦ୍ୟାଳୟର
ଛାତ୍ର ଛାତ୍ରୀ ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ଟିକୁ ସଫଳ କରିବା ଦିଗରେ ପୂର୍ଣ୍ଣ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.