ରାଉରକେଲା: ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍ ରାଉରକେଲା ପକ୍ଷରୁ ୭୮ତମ ସ୍ବାଧୀନତା ଦିବସ ମହାଆଡମ୍ବର ସହକାରେ ପାଳନ କରାଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ସାମ୍ବାଦିକ ତଥା ଅତିଥିଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ମିନତୀ ଦେବତା, ଦେବୀକା ମିଶ୍ର, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସମ୍ପାଦକ ଅରୁଣ କୁମାର ଦାଶଙ୍କ ସମେତ ସୁମନ୍ତ ଜେନା, ଗାନ୍ଦୁର ଓରାମ, ଶୈଳେନ୍ଦ୍ର କୁମାର ସାହୁ, ରଜନୀକାନ୍ତ ସ୍ବାଇଁ, ସନ୍ତୋଷ ସ୍ବାଇଁ, ରାଜଦୀପ୍ ମହାନ୍ତି, ବସନ୍ତ ମିଶ୍ର, ଅମୀୟ ପରିଡା, ଅନୀଲ ମହାନ୍ତି, ସଂଗ୍ରାମ ନାୟକ, ଶିବଶରଣ ମିଶ୍ର, ମନୋରଞ୍ଜନ ମିଶ୍ର, ପ୍ରବଳ ରଂଜନ ବାରିକ, ପ୍ରଶାନ୍ତ ମହାରଣାଙ୍କ ସହ ରାଉରକେଲା ସରକାରୀ ମହାବିଦ୍ୟାଳୟର ଯୁକ୍ତ ୩ ଶ୍ରେଣୀର ଛାତ୍ରମାନେ ଯୋଗଦେଇ ଜାତୀୟ ସଂଗୀତ ଗାନ କରିଥିଲେ।
ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ଆଜି ସ୍ବାଧୀନତା ଦିବସ ପାଳନ କରୁଥିବା ଦେଶ ଆଜି ୭୮ତମ ସ୍ବାଧିନତା ଦିବସ ପାଳନ କରୁଛି। ଏହାଠାରୁ ଗର୍ବ ଓ ଗୌରବ ବିଷୟ ଆଉ କ’ଣ ହୋଇପାରେ। ସାମ୍ବାଦିକ ଅନୀଲ କୁମାର ମହାନ୍ତି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିବାରୁ, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ପକ୍ଷରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ପକ୍ଷରୁ ସମସ୍ତ ଅତିଥି ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.