ବିଭିନ୍ନ ଦୋକାନରେ ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ଚଢ଼ାଉ

6

ଘୁ. ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରିରେ ଆଜି ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି I ଘୁ.ଉଦୟଗିରି ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ହଠାତ ବୁଧବାର ଦିନ ପ୍ରଶାସନ ଦ୍ୱାରା ଚଢ଼ାଉ ହୋଇଛି I ବିଭିନ୍ନ ଦୋକାନରେ ଥିବା ଗୁଟଖା, ସିଗାରେଟ, ମୃଦୁ ଥଣ୍ଡାପାନୀୟ ଏବଂ ଖାଦ୍ୟ ପଦାର୍ଥର ମାନ ଓ ଅବଧି ଯାଞ୍ଚକରି ଆଜି ୨୨୦୦ ଟଙ୍କା ଫାଇନ ଆଦାୟ କରାଯାଇଛି I ପ୍ରଶାସନିକ ଅଧିକାରୀଙ୍କ ଆତର୍କିତ ଚଢ଼ାଉ ଦେଖି ସହରରେ ଥିବା ଅନ୍ୟ ଦୋକାନ ଓ ହୋଟେଲ ଗୁଡ଼ିକ କିଛି ସମୟ ପାଇଁ ବନ୍ଦ ରହିଥିଲା I କନ୍ଧମାଳ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ସେନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱାସ୍ଥ୍ୟ ପରିଚାଳକ ଅଶୋକ କୁମାର ସାହୁ, ସ୍ପନ୍ଦନ ଭଞ୍ଜଦେଓ, ଭାଗିରଥି ଦୀପ, ସ୍ଥାନୀୟ ପୁଲିସ ଏସ.ଆଇ ବଣ୍ଟି ଦଣ୍ଡିଆ ଏବଂ ଷ୍ଟାଫ ସଦଳବଳ ବିଭିନ୍ନ ଦୋକାନ ଏବଂ ହୋଟେଲ ମଧ୍ୟରେ ପ୍ରବେଶ କରି ଖାଦ୍ୟ ସାମଗ୍ରୀର ଅବଧି ମାନ ସ୍ୱଚ୍ଛତା ଉପରେ ଟିକିନିଖି ଯାଞ୍ଚ କରି ଦୋକାନୀଙ୍କୁ ସ୍ୱଚ୍ଛ ଓ ଖାଦ୍ୟ ସାମଗ୍ରୀର ମାନ ର ଅବଧି ଦେଖି ଗ୍ରାହକଙ୍କୁ ଉଚ୍ଚିତ ମୂଲ୍ୟରେ ଯୋଗାଇବା ପାଇଁ ତାଗିଦ କରିଥିଲେ I ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନକୁ ସଫା ସୁତୁରା ରଖି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ହୋଟେଲ ମାଲିକଙ୍କୁ କହିଛନ୍ତି ନଚେତ ଫୁଡ ଲାଇସେନ୍ସ ରଦ୍ଧ କରାଯିବବୋଲି ଚେତାବନୀ ଦେଇଛନ୍ତି I

Leave A Reply

Your email address will not be published.