ବାଲେଶ୍ବର ଖଇରା/ବୁଲୁ ଲେଙ୍କା/ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ବକ୍ରେଶର ଠାରେ ଭାରତୀୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବନେତା ତଥା ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ ନେତୃତ୍ୱରେ ଭକ୍ତ ମାନଙ୍କ ପାଇଁ ପ୍ରାସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମେ ଯୁବମୋର୍ଚ୍ଚା ପକ୍ଷରୁ ବାବା ବକ୍ରେଶ୍ୱର ମନ୍ଦିରରେ ପୂଜା ହୋଇଥିଲା ପରେ ସମସ୍ତ କାଉଡ଼ିଆ ଓ ଭକ୍ତ ମାନକୁ ଅର୍ଣ୍ଣ ପ୍ରସାଦ ଓ ଜଳ ବିତରଣ କରାଯାଇଥିଲା , ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ,ମଣ୍ଡଳ ସଭାପତି ମହେଶ୍ୱର ନାଥ, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ନୃଷିହ୍ ସିଂହ, ଯୁବନେତା ମନୋଜ ପତି, ଦିନେଶ ଜେନା, ଭରତ ମହାରଣା, ଆନନ୍ଦ ନାୟକ, ଯୁବମୋର୍ଚ୍ଚା ର କର୍ମକର୍ତ୍ତା, ଯୁବ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.