ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଉପଖଣ୍ଡ ସଦରମହକୁମା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମରେ ଚଳିତ ୭୮ ତମ ସ୍ଵାଧୀନତା ଦିବସ ର ଅଭ୍ୟାସ ପ୍ୟାରେଡ୍ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକ ର ପୂର୍ବ ନିର୍ଧାରିତ ସୁଚି ଅନୁସାରେ ଅଗଷ୍ଟ ୧୨ ଓ ଆଜି ଅଗଷ୍ଟ ୧୩ ତାରିଖ ଦୁଇଦିନ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ବା ପୁରୁଣା ଜେଲ୍ ପଡ଼ିଆ ରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହୋଇଯାଇଛି।
ଚଳିତ ବର୍ଷ ର ୭୮ ତମ ସ୍ବାଧିନତା ଦିବସ କୁ ଜାକଜମକରେ ପାଳନ କରିବାପାଇଁ ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ନିଜ ନିଜ ର ଅନୁଷ୍ଠାନ ମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅଭ୍ୟାସ କରିଥିବାବେଳେ। ଷ୍ଟାଡିୟମ୍ ପ୍ୟାରେଡ୍ ରେ ଚଳିତବର୍ଷ ୨୫ ଗୋଟି ଦଳ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ୨୫ ଗୋଟି ପ୍ୟାରେଡ୍ ଦଳ ୧୨ ଓ ୧୩ ତାରିଖ ଦୁଇଦିନ ଅଭ୍ୟାସ ରେ ଲାଗିପଡିଛନ୍ତି। ଗତ କାଲି ଅଭ୍ୟାସ ପ୍ୟାରେଡ୍ ସମୟରେ ପ୍ରବଳ ବର୍ଷା ସତ୍ୱେ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇ ପ୍ୟାରେଡ୍ ଅଭ୍ୟାସ କରିଥିଲେ। କିନ୍ତୁ ଆଜି ୧୩ ତାରିଖ ଦିନ ପାଣିପାଗ ଶୁଖିଲା ଥିବାରୁ ଷ୍ଟାଡିୟମରେ ଅଭ୍ୟାସ ପ୍ୟାରେଡ୍ ଖୁବ୍ ସୁନ୍ଦର ହୋଇ ଜନସାଧାରଣ ଉପଭୋଗ କରିଥିଲେ। ଷ୍ଟାଡିୟମ୍ ୨୫ ଗୋଟି ପ୍ୟାରେଡ୍ ଦଳକୁ ପରିଚାଳନା କରିବା ନିମନ୍ତେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଏନ୍ ସି ସି ଅଧିକାରୀ ଲ୍ୟୁଟନାଣ୍ଟ୍ ରଜନୀ କାନ୍ତ ତ୍ରିପାଠୀ ଓ ସେହି କଲେଜ୍ ର ନାଭାଲ୍ ଅଧିକାରୀ ରବୀନ୍ଦ୍ର କୁମାର ମିଶ୍ର ଦାୟିତ୍ୱ ରେ ଥିଲେ। ଏଥି ସହିତ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୈ।ରି ଶଙ୍କର ସତପଥି ପ୍ୟାରେଡ୍ ଅଭ୍ୟାସ ଷ୍ଟାଡିୟମରେ ଉପସ୍ଥିତ ଥିଲେ।