ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ

5

ଭୁବନେଶ୍ୱର, ୧୩/୦୮/୨୦୨୪: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପାଳନ ହେଉଅଛିା କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ନିର୍ଦ୍ଦେଶାକ୍ରମେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପାଳନ କରାଯାଉଛିା ଏଥିସହିତ ଛାତ୍ରଛାତ୍ରୀମାନେ ତ୍ରିରଙ୍ଗା ସହ ସେଲଫି ଉଠାଇ www.harghartiranga.com ରେ ଅପଲୋଡ୍ କରିବା ପାଇଁ ନିର୍ଦ୍ଦେଶାନାମ ଜାରି ହୋଇଛିା
ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରତ୍ୟେକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନକୁ ସୁନିଶ୍ଚିତ କରିବୋ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ଏହି ଅଭିଯାନରେ ସାମିଲ ହୋଇଛନ୍ତିା ଏହି କ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଡ଼ି ହୋଇଛନ୍ତିା କାର୍ଯ୍ୟକ୍ରମ ଅଗଷ୍ଟ ୯ ରୁ ଅଗଷ୍ଟ ୧୫ ଯାଏଁ ପାଳନ କରାଯିବା

Leave A Reply

Your email address will not be published.