ଜିଲ୍ଲା ପ୍ରଶାସନ ତରଫରୁ ରେଡକ୍ରସ ର ଆଜୀବନ ସଦସ୍ୟ ମାନଙ୍କୁ ଆଜୀବନ ପ୍ରମାଣ ପତ୍ର ପ୍ରଦାନ

6

ଜଗତସିଂହପୁର ତା- 13. 08.2024 ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଙ୍କ ଉପସ୍ଥିତିରେ ଓସୱାନ ସଭାଗୃହରେ ରେଡକ୍ରସ ର ଆଜୀବନ ସଦସ୍ୟ ମାନଙ୍କୁ ରେଡକ୍ରସ ଆଜୀବନ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସନ୍ଧ୍ୟାଞ୍ଜଳି ମାଝୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ,ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ରେଡକ୍ରସ ର ଆଜୀବନ ସଦସ୍ୟ ଭାବେ ବିଜୟ କୁମାର ରଥ,ଶରତ ଚନ୍ଦ୍ର ବାରିକ୍,ପ୍ରଜ୍ଞା ପାରମିତା ଚୌଧରୀ, ସୁଷମା ପ୍ରଧାନ,ଦୀପ୍ତି କୁମାର ଦାସ, ମନୋରଞ୍ଜନ ମହାପାତ୍ର, ଚନ୍ଦନ ବେହେରା, ହିମାଂଶୁ କୁମାର ମହାନ୍ତି, ସାରଦା ଅଧିକାରୀ ଓ ଆଲୋକ ରଂଜନ ଦାସ ପ୍ରମୁଖଙ୍କୁ ଆଜୀବନ ସଦସ୍ୟତାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରକାଳୀନ କାର୍ଯ୍ୟାଳୟର ସନ୍ତୋଷ କୁମାର ଦାସ, ଦୂର୍ଗା ପ୍ରସନ୍ନ ଦାସ, ସତ୍ୟଜିତ ବିଶ୍ଵାଳ, ସୁକାନ୍ତ କୁମାର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.