ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ମେଗା ପ୍ରକଳ୍ପର ଜଳ ସଦୁପଯୋଗ କରାଯିବ ନିମନ୍ତେ ଦାବି ହୋଇଛି ।ଏହାକୁ ନେଇ ଚାଷୀ ମାନେ ଉପ ଜିଲ୍ଲାପାଳଙ୍କ ଙଦେଶରେ ଦାବିପତ୍ର ପ୍ରଦାନ କରିଚନ୍ତି ।ଡେପୁଟି କଲେକ୍ଟର ମଧୁସୂଦନ ମାଝୀଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଥିଲେ ।ପ୍ରଦାନ କରାଯାଇଥିବା ଦାବିପତ୍ରରେ ମେଗା ପ୍ରକଳ୍ପର ଜଳ ସଦୁପଯୋଗ ତଥା ସଠିକ ଜଣାଣ ହେଉନଥିବାରୁ ଚାଷ ଜମି ଗୁଡିକ ପାଣି ଅଭାବରୁ ନଷ୍ଟ ହେଇଛି ।ଚାଷ ଜମିକୁ ପାଣି ଦିଆଯାଉନାହିଁ ।ଜଳ ଯୋଗାଣର ସୁପରିଚାଳନା କରାଯାଉନାହଁ ।ଜଳ ଯୋଗାଣ ବାବଦକୁ ସେମାନେ ଜଳକର ପ୍ରଦାନ କରୁଥିଲେ ମଧ୍ଯ ତାହାର ଉପକାର ସେମାନେ ପାଉ ନାହାନ୍ତି ।ଋଣ କରି ଚାଷୀ ମାନେ ଚାଷ କହୁଛନ୍ତି ହେଲେ ଫସଲ ଗୁଡିକ ପାଣି ଅଭାବରୁ ନଷ୍ଟ ହୋଇଯାଉଛି । ଚାଷୀ ମାନେ ହତାଶ ହୋଇପଡିଛନ୍ତି ଏନେଇ ପୂର୍ବରୁ ମଧ୍ଯ ଅଭିଯୋଗ କରିଛନ୍ତି । ତେବେ କୌଣସି ଫଳପ୍ରଦ ହୋଇନାହଁ । ପୂର୍ବତନ ସରପଞ୍ଚ ଗୌରି ଗମାଙ୍ଗଙ୍କ ନେତୃତ୍ବରେ ସୁଧିର ୱାଦାପୁ , ପାଲା ଲାଛେୟା , ଏମ .କେ. ବେହେରା , ଜେ .ସିମାଦ୍ରି, ଆର. ଗୌଡ ପ୍ରଦୀପ କୁମାର ବେହେରା ପ୍ରମୁଖ ଚାଷୀ ମାନେ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି ।