ଶ୍ରାବଣ ମାସ ସୋମବାର ଶିବ ମନ୍ଦିରରେ କାଉଡ଼ିଆ ଭକ୍ତଙ୍କ ଶିବଙ୍କୁ ଜଳାଭିଷେକ ।

5

ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ର ।ଶାସକ ପ୍ରଶାସକ:: ଶ୍ରାବଣମାସ ରେ ହିନ୍ଦୁ ମାନଙ୍କ ମହାପ୍ରଭୁ ବାବା ଶିବ ଶଙ୍କର ଙ୍କ ଜଳାଭିଷେକ କରିବା ପାଇଁ ସାରା ଭାରତ ବର୍ଷରେ ପାଳନ କରାଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ଶିବ ମନ୍ଦିରରେ ମଧ୍ୟ ପାଳନ କରାଯାଏ । ତେବେ ଶ୍ରାବଣ ମାସ ର ସୋମବାର ହୋଇଥିବାରୁ ବାଙ୍ଗିରିପୋଷି ବ୍ଳକ୍ ଅନ୍ତର୍ଗତ ସିମଳା ଠାରେ ଥିବା ବାବା ସିମଲେଶ୍ୱର ମହାଦେବ ଙ୍କ ମନ୍ଦିର ରେ ସ୍ଥାନୀୟ ଅଞ୍ଚଳ ଏବଂ ଦୂର ଦୁରାନ୍ତ ରୁ ହଜାର ହଜାର କାଉଡ଼ିଆ ଭକ୍ତ ମନ୍ଦିରକୁ ଜଳାଭିଷେକ କରିବା ପାଇଁ କଳସୀ ଭାର ନେଇ ଆସିଥିଲେ । ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରକାର ସୁ ବନ୍ଦବସ୍ତ କରାଯାଇ ଥିବା ବେଳେ ବାଙ୍ଗିରିପୋଷି ପୁଲିସ୍ ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହି ପରିପେକ୍ଷି ରେ ଝାରପୋଖରିଆ (ବମ୍ବେ ଛକ) ସ୍ଥିତ ଭାରତ ଦର୍ଶନ ଟିମ୍ ଓ ଜାତୀୟ ଯୁବ ପ୍ରକଳ୍ପ ଟିମ୍ ଙ୍କ ସହଯୋଗରେ ଏକ କାଉଡ଼ିଆ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୨୦୦୦ହଜାର ରୁ ଉର୍ଦ୍ଧ କାଉଡ଼ିଆ ଭକ୍ତ ମାନେ ଭୋଜନ କରିବା ସହିତ ବିଶ୍ରାମ କରିଥିଲେ ।ତେବେ ଶ୍ରାବଣର ଶେଷ ସୋମବାର ହୋଇଥିବାରୁ କାଉଡ଼ିଆ ମାନଙ୍କର ପ୍ରବଳ ଜନସମାଗମ ଦେଖା ଯାଇଥିଲା ।ଏହି ସେବା ସିବିର ରେ ଅଶୋକ କୁମାର ପୁଷ୍ଟି ,ମାନସ କୁମାର ପୁଷ୍ଟି , ମଳୟ କୁମାର ନାୟକ, ଦିପୁ ମହାପାତ୍ର, ମୋହିତ କୁମାର ମଣ୍ଡଳ, ଅଶ୍ଵିନୀ ମହାନ୍ତ , ଅକ୍ଷୟ ସାହୁ,ସୁମନ ସାହୁ ,ବାସୁଦେବ ପାତ୍ର, ବିବେକ କୁମାର ଦାସ, ଦେବାଶିଷ ଖଟୁଆ ପ୍ରମୁଖ ମାନେ ସହଯୋଗ କରିଥିଲା ବେଳେ ଅନ୍ୟ ମାନେ ମଧ୍ୟ ଉପସ୍ଥିତ ରହି କାଉଡ଼ିଆ ଭକ୍ତ ମାନଙ୍କୁ ସେବା ଯୋଗାଇଥିଲେ । 

Leave A Reply

Your email address will not be published.