ରାଉରକେଲା,(ବସନ୍ତ କୁମାର ଜେନା): ଭିନ୍ନକ୍ଷମ ଓ ଅବହେଳିତ ନିଷ୍ପେସିତ ଙ୍କୁ ସାହାଯ୍ୟ, ସହଯୋଗ ତଥା ସେମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିଥିବା ସହରର କେତେକ ହାତଗଣତି ଅନୁଷ୍ଠାନ ମଧ୍ୟରେ ଶ୍ରଦ୍ଧା ର ନାମ ସର୍ବାଗ୍ରେ ରହିଛି। ଏହା ସମସ୍ତେ ଜାଣନ୍ତି। ସମାଜରେ ଥିବା ଦିବ୍ୟାଙ୍ଗ ବା ମାନସିକ ଭିନ୍ନକ୍ଷମ ଥିବା ବ୍ୟକ୍ତିଙ୍କୁ ତଥା ଆର୍ଥିକ ସ୍ବଛଳ ନଥିବା ପରିଚୟ ହୀନ ଙ୍କୁ କୋଳେଇ ନେଇଛି ଶ୍ରଦ୍ଧା ଅନୁଷ୍ଠାନ । ଯାହା ପାଇଁ ଶ୍ରଦ୍ଧା ଆଜି ସମସ୍ତଙ୍କ ଶ୍ରଦ୍ଧାର ପାତ୍ର। ସୂଚନାଯୋଗ୍ୟ ଯେ ୨୦୦୧ ମସିହାରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ନିଜର ଦାୟିତ୍ୱବୋଧ, ସାମାଜିକ ପ୍ରତିବଦ୍ଧତା, ଭାଇଚାରା ଓ କର୍ତ୍ତବ୍ୟବୋଧରେ ନିଜକୁ ସମର୍ପି ଦେଇ ଥିବାରୁ ଏବେ ଇସ୍ପାତ ନଗରୀ କାହିଁକି ସମଗ୍ର ରାଜ୍ୟରେ ଏକ ଶ୍ରଦ୍ଧାଶୀଳ ନାମ ହୋଇଛି। ସମ୍ପ୍ରତ୍ତି ଟାଟା ପାୱାର ପଶ୍ଚିମ ଓଡିଶା ବିକାଶ ଶାଖା ନିଜ ସହଯୋଗର ହାତବଢାଇ ଏହାକୁ ଅଧିକ କ୍ରୀୟାଶୀଳ କରିବାରେ ସହାୟକ ହୋଇଛି। ଏବେ ଏହି ଅନୁଷ୍ଠାନରୁ ଶିକ୍ଷା ଓ ଅଭିଜ୍ଞତା ହାସଲ କରି ଦିନେ ଅଲୋଡା ହୋଇଥିବା ରୀତା ଜୟ ହୁଅନ୍ତୁ ବା ସୁବାସ ଅଗ୍ରୱାଲ ବା ଗନ୍ଦୁର ଓରାମ ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଶ୍ରଦ୍ଧା ଓ ଟାଟା ପାୱାର ପଶ୍ଚିମ ଓଡିଶା ବିକାଶ ପରିଷଦ ର ମିଳିତ ଆନୁକୂଲ୍ୟରେ ଏଠାରେ ଥିବା ଅନ୍ତେବାସୀ ଓ ଉତ୍ସୁକତା ଥିବା ଆର୍ଥିକ ଅନଗ୍ରସର ଙ୍କୁ ଶିକ୍ଷା ସହ ବିଭିନ୍ନ ଶିକ୍ଷା ମାଧ୍ୟମରେ ମହମବତୀ,ଦୀପ,ରାକ୍ଷୀ,ଫିନାଇଲ ଓ କାଗଜ ବ୍ୟାଗ୍ ପ୍ରସ୍ତୁତକରି ଏହି ସବୁ ଜିନିଷକୁ ବଜାରରେ ଉପଲବ୍ଧ କରାଇ ଆର୍ଥିକ ସ୍ବାବଲମ୍ବୀ କରିବା ସହ ମୁହଁରେ ହସ ଫୁଟାଇ ପାରିଛି। ଏହା ଅନୁଷ୍ଠାନର ତାଲିମପ୍ରାପ୍ତ ଦିବ୍ୟାଙ୍ଗ ମାନେ ମତ ଦିଅନ୍ତି। ୨୦୦୧ ରୁ ଆରମ୍ଭ ହେଇଥିବା ଏହି ଅନୁଷ୍ଠାନ ନାନା ଘାତ ପ୍ରତିଘାତ ମଧ୍ୟରେ ବି ନିଜର ସମର୍ପିତ ଦାୟିତ୍ଵ ଓ କର୍ତ୍ତବ୍ୟ ପଥରୁ କେବେ ବିଚ୍ୟୁତ ହୋଇନାହିଁ ବୋଲି ଶ୍ରଦ୍ଧା ର ପ୍ରତିଷ୍ଠାତା ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ କହିଛନ୍ତି। ଶ୍ରୀ ପାଣ୍ଡବ ଙ୍କ ମତରେ ମାନବ ଅଧିକାର ହିଁ ଭିନ୍ନକ୍ଷମଙ୍କ ଅଧିକାର।
ସମ୍ପ୍ରତି ଏହି ଅନୁଷ୍ଠାନର ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କୁ ମିଶାଇ ପ୍ରାୟ ୪୦ ଜଣଙ୍କୁ କୋଳେଇ ନେଇଛି ଶ୍ରଦ୍ଧା। ଏଥିପାଇଁ ୭ଜଣ ଶିକ୍ଷକଙ୍କ ସହ ୩ଜଣ ସହଯୋଗୀ ଷ୍ଟାଫ୍ ମଧ୍ୟ ରହିଛନ୍ତି। ୭ ଜଣ ଟ୍ରେନର ବା ଶିକ୍ଷକ ପ୍ରିତୀ ବାରିକ, ସୁଜାତା ରାଉତ,ରିନୁଲତା ମହାରଣା, ସୁକୁମାର ପାଣ୍ଡବ,ଧୀରେନ ଓଝା, ଅଞ୍ଜଳି ମହାରଣା, ସିପୁନ ବେହେରା ପ୍ରମୁଖ ଏହି ଆର୍ଥିକ ଦୁର୍ବଳ ଶ୍ରେଣୀ ଓ ଭିନ୍ନକ୍ଷମ ଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି। ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀ ଓ ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦିଗଦର୍ଶନ ପାଇଁ ଅନୁଷ୍ଠାନ ଏବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଅନ୍ତେବାସୀଙ୍କୁ ସ୍ବତନ୍ତ୍ର ଶିକ୍ଷା, ବୈଷୟିକ ତାଲିମ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିୟୋଜିତ କରି ସେମାନଙ୍କ ଆତ୍ମବଳ ବଢ଼ାଇବାରେ ସହାୟକ ହୋଇପାରିଛି। ଶ୍ରୀ ପାଣ୍ଡବ ସୂଚନା ଦେଇ କହିଛନ୍ତି ଯେ ସରକାରଙ୍କ ତରଫରୁ ୨୦୧୫-୧୬ ରୁ ଚଳନୀୟ ସହାୟତା ରାଶି ମିଳୁଛି। ସମ୍ପ୍ରତ୍ତି ଟାଟା ପାୱାର ପଶ୍ଚିମ ଓଡିଶା ବିକାଶ ଶାଖା ସହାୟତାରେ ବିଶ୍ରା ବ୍ଲକରେ ରହୁଥିବା ୨୧ ପ୍ରକାର ଭିନ୍ନକ୍ଷମଙ୍କୁ ମୁଖ୍ୟ ସ୍ରୋତରେ ତଥା ସେମାନଙ୍କୁ ମୈ।ଳିକ ଅଧିକାର ପାଇଁ କାର୍ଯ୍ୟରତ ଅଛି। ଏହି ଅବସରରେ ଝିରପାଣି ପଞ୍ଚାୟତର ସରପଞ୍ଚ ଅଜିତ ତିର୍କି ଓ ସମସ୍ତ ୱଡମେମ୍ବର ଉପସ୍ଥିତ ରହି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଭିନ୍ନକ୍ଷମଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଗୁଡିକର ପ୍ରଦର୍ଶନୀ ସହ ବିକ୍ରୟ କରାଯାଇଥିଲା। ଏହାକୁ ଶ୍ରୀ ତିର୍କି ଉଦଘାଟନ କରିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ତେବେ ଏଥିପାଇଁ ଅନୁଷ୍ଠାନ ଓ ଏଥିରେ ଉପକୃତ ହୋଇଥିବା ଭିନ୍ନକ୍ଷମ ମାନେ ଟାଟା ପାୱାର ର ସାମାଜିକ ପାରିପାର୍ଶ୍ବିକ ବିକାଶର ମୁଖ୍ୟ ଶ୍ରୀମତୀ ଅରୁଣା ମାରାଣ୍ଡିଙ୍କୁ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post