ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ଇ-ଗଭର୍ଣ୍ଣାନ୍ସ କେନ୍ଦ୍ର ଉଦ୍ଘାଟିତ

5

ଭୁବନେଶ୍ୱର:ଭୁବନେଶ୍ୱର ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ନବ ର୍ନିମିତ ଇ-ଗଭର୍ଣ୍ଣାନ୍ସ କେନ୍ଦ୍ର (ଆଇଟି ସେଲ) ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛିା ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଓର୍ମାସର ନିର୍ଦ୍ଦେଶିକା ପୁନମ ଟି. ଗୁହା, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା ଯୋଗ ଦେଇଥିଲୋ

Imageଏହି ନବ ନିର୍ମିତ ଇ-ଗଭର୍ଣ୍ଣାନ୍ସ କେନ୍ଦ୍ରର ଶୁଭ ଉଦ୍ଘାଟନ ପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ସେଠାରେ ଶିକ୍ଷାନବିସ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଧାଡ଼ିର ସବା ଶେଷରେ ଛିଡା ହୋଇଥିବା ଲୋକ ପାଖରେ ଯେପରି ସମସ୍ତ ସରକାରୀ ସୁବିଧା ପହଞ୍ଚି ପାରିବ ସେଥି ପାଇଁ ସଦା ସର୍ବଦା ଚେଷ୍ଟିତ ରହିବାକୁ ପରାମର୍ଶ ଦେଇଛନ୍ତିା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ତୃଣମୂଳ ସ୍ତରରେ ବିକଶିତ ଓଡ଼ିଶା ଗଠନର ପ୍ରମୁଖ ମାଧ୍ୟମା ତେଣୁ ସେହି ଗୁରୁ ଦାୟିତ୍ୱକୁ ମନଯୋଗ ସହକାରେ ବହନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ସମସ୍ତ ଶିକ୍ଷାନବିସ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଉତ୍ସାହିତ କରିଛନ୍ତିା

Leave A Reply

Your email address will not be published.