ଝାରବନ୍ଧ -ମନୋହର ଦାଶ: ବରଗଡ଼ ଧନୁଯାତ୍ରା ର ପରସିଦ୍ଧ କଂସ ଭୂମିକା ରେ ଅଭିନୟ କରିଥିବା ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଗୋପାଳ ସାହୁ (ଏଲି ) ଦୀର୍ଘ 23 ବର୍ଷ ଧରି ଅଭିନୟ କରିଥିବା ଆଉ ଆମ ଗହଣ ରେ ନାହାନ୍ତି l ଝାରସୁଗୁଡା ଠାରେ ତାଙ୍କ ଦେହାନ୍ତ ଘଟିଛି ମଧୁମେୟ କାରଣ ରୁ ଅସୁସ୍ଥ ଥିଲେ l ଗୋପାଳ ସାହୁ 1984 ମସିହା ରେ ପ୍ରଥମେ ବରଗଡ଼ ର ଧନୁଯାତ୍ରା ରେ କଂସ ଭୂମିକା ରେ ଅଭିନୟ କରିଥିଲେ 1984 ମସିହା ରୁ ଲଗାତାର ଭାବରେ 2008 ପର୍ଯ୍ୟନ୍ତ ଅଭିନୟ କରିଥିଲେ l 1999,2000 ମସିହାରେ 2 ବର୍ଷ ଅଭିନୟ କରିନଥିଲେ l ଗୋପାଳ ସାହୁ ଙ୍କ ଜନ୍ମ ଗ୍ରହଣ ବଲାଙ୍ଗୀର ଜିଲ୍ଲା ରେ ହୋଇଥିଲା l ସେ ବରଗଡ଼ ଜିଲ୍ଲା ର ବିଭିନ୍ନ ଥାନା ମାନଙ୍କ ରେ ଥାନା ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ l ବରପାଲି ଜଗନ୍ନାଥ ନଗର ରେ ଘର କରି ରହୁଥିଲେ l କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ ଗଡ଼ତିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l
Sign in
Sign in
Recover your password.
A password will be e-mailed to you.