କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ତରଫ ରୁ କୃତିମ ଅଙ୍ଗ ବଣ୍ଟନ

5

ଭୁବନେଶ୍ୱର: କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ତରଫ ରୁ ଏମ୍ସ, ଭୁବନେଶ୍ବର ସହିତ ସମନ୍ଵୟ ରକ୍ଷା କରି ମଙ୍ଗଳବାର ଦିନ କର୍କଟ ପୀଡ଼ିତାଙ୍କୁ ଏମ୍ସ ଠାରେ କୃତିମ ଅଙ୍ଗ ଯୋଗାଇ ଦିଆଯାଇଛି। ସୂଚନାନୁସାରେ, କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍, କର୍କଟ ପୀଡ଼ିତଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଏବଂ ଡାକ୍ତରଖାନା ରେ ସହାୟତା ସହ, ବିନା ମୂଲ୍ୟ ରେ ଉନ୍ନତମାନର କୃତ୍ରିମ ସ୍ତନ ଓ କେଶ ଯୋଗାଇ ଆସୁଛି । ଏହାର ଏକ ଟିମ୍ ଏମ୍ସ ହସ୍ପିଟାଲ ପରିଦର୍ଶନ ରେ ଯାଇଥିବାବେଳେ, ସେଠାରେ ପୀଡ଼ିତାଙ୍କ ସ୍ଥିତି ଓ ଆବଶ୍ୟକୀୟ ସାହାଯ୍ୟ ବିଷୟରେ ପଚାରି ବୁଝିଥିଲେ । ଅନେକ ମହିଳାଙ୍କୁ କୃତ୍ରିମ ସ୍ତନ ଓ କେଶ ଆବଶ୍ୟକ ଥିବା ମଧ୍ୟ ଜଣା ପଡିଥିଲା ।
ଅନୁଷ୍ଠାନ ର ମ୍ୟାନେଜିଂ ଟ୍ରଷ୍ଟି ଅରୂପ ପଟ୍ଟନାୟକ, ଏମ୍ସ ଭୁବନେଶ୍ବର କ୍ୟାନ୍ସର ୱାର୍ଡ ର ମୁଖ୍ୟ ଡ଼.ଦିଲୀପ କୁମାର ମୁଦୁଲି ଓ ହେଡ ନର୍ସ ରୁକଛନ୍ଦା ନାୟକ ଙ୍କ ଉପସ୍ଥିତି ରେ ଏମ୍ସ ଠାରେ ଏକ କାର୍ଯ୍ୟକ୍ରମ କରାଯାଇ ପୀଡ଼ିତାଙ୍କୁ କୃତ୍ରିମ ସ୍ତନ ଓ କେଶ ଯୋଗାଇ ଦିଆଯାଇଥିଲା । ଏହି ସହଯୋଗ ପାଇଁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ କୁ କ୍ୟାନ୍ସର ପୀଡ଼ିତା ପ୍ରଶଂସା କରିଥିଲେ।

Leave A Reply

Your email address will not be published.