ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୨/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଡଙ୍ଗରିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଯୋଗାଣ ବିଭାଗ ତରଫରୁ ରିହାତି ଦରରେ ଆଳୁ ବିକ୍ରି ଆରମ୍ଭ କରାଯାଇଛି। କିଛି ଦିନ ହେବ ଓଡ଼ିଶାରେ ଆଳୁ ସଙ୍କଟ ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ରୁ ଆଳୁ ଆସୁ ନାହିଁ। ରାଜ୍ୟ ସରକାର ଉତ୍ତର ପ୍ରଦେଶ ରୁ ଆଳୁ କିଣିବା ନିଷ୍ପତି ନେଇଥିଲେ ସୁଦ୍ଧା ଏଥିରେ ସୁଧାର ଆସୁନାହିଁ। ସରକାର ବାରମ୍ବାର ଏଥିରେ ହସ୍ତକ୍ଷେପ କରୁଥିଲେ ସୁଦ୍ଧା ଆଳୁ ଦର ରେ ସୁଧାର ଆସୁ ନ ଥିବାରୁ ଯୋଗାଣ ବିଭାଗ ତରଫରୁ ଆଜିଠାରୁ ଡାବୁଗାଁ ରେ ଖାଉଟି ଙ୍କୁ କିଲୋ ୩୪ ଟଙ୍କା ରିହାତି ଦରରେ ବିକ୍ରୀ ଆରମ୍ଭ କରିଛନ୍ତି। ଆଜି ଡାବୁଗାଁ ଖୁଚୁରା ବଜାର ରେ ଆଳୁ କିଲୋ ପ୍ରତି ୪୦ ଟଙ୍କା ଦର ଥିବା ବେଳେ ଯୋଗାଣ ବିଭାଗ ତରଫରୁ ଆଳୁ କିଲୋ ୩୪ ଟଙ୍କାରେ ବିକ୍ରୀ କରୁଥିବା ଦେଖିବାକୁ ମିଳିଥିଲା। ରିହାତି ଦରରେ ଆଳୁ ମିଳିବା ଜାଣିବା ପରେ ଖାଉଟି ମାନେ ଯୋଗାଣ ବିଭାଗ ତରଫରୁ ବିକ୍ରୀସ୍ଥଳରୁ ଖୁସିରେ ଘର କୁ ଆଳୁ କ୍ରୟ କରି ଆଣୁଥିବା ଦେଖିବାକୁ ମିଳିଥିଲା। ଏଥିରେ ରାସନ କାର୍ଡ କିମ୍ବା କୌଣସି ପରିଚୟ ପତ୍ର ର ଆବଶ୍ୟକତା ପଡୁ ନ ଥିବା ବେଳେ ପରିବାର ପିଛା ୩ କିଲୋ ଆଳୁ ଦିଆଯାଉଥିବା ଜଣା ପଡ଼ିଛି। ବଜାରରେ ଆଳୁ ଦର ସ୍ଥିର ହେବା ପର୍ଯ୍ୟନ୍ତ ଖାଉଟି ଙ୍କୁ ଏପରି ରିହାତି ଦରରେ ଯୋଗାଣ ବିଭାଗ ତରଫରୁ ଆଳୁ ବିକ୍ରୀ କରାଯିବ ବୋଲି ଯୋଗାଣ ବିଭାଗ ତରଫରୁ ସୂଚନା ମିଳିଛି। ଖାଉଟି ଙ୍କ ସୁବିଧା ଦୃଷ୍ଟିରୁ ଆଗାମୀ ଦିନରେ ଡାବୁଗାଁ ଗ୍ରାମ ପଞ୍ଚାୟତ ଯୋଗାଣ କେନ୍ଦ୍ରରୁ ଆଳୁ ବିକ୍ରୀ କରାଯିବ ବୋଲି ଜଣା ପଡିଛି। ଆଜିର ଏହି ରିହାତି ଦରରେ ଆଳୁ ବିକ୍ରୀ ସମୟରେ ବ୍ଲକ ଯୋଗାଣ ନୀରିକ୍ଷକ ସୀତାକାନ୍ତ ରାଉତ ଓ ଯୋଗାଣ ସହାୟକ ପ୍ରମୋଦ ମଲ୍ଲିକ ସହ ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.