ଜଗତସିଂହପୁର -ତା 13.8.24 ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ମ୍ୟୁନିସିପାଲିଟି ସମ୍ମୁଖରେ ଜିଲ୍ଲାପରିଷଦ ଓ ଓରମାସ ପକ୍ଷରୁ ପ୍ରଡ୍ୟୁସର ଗ୍ରୁପ ଦ୍ୱାରା ହାତ ତିଆରି ଟେରାକୋଟା ର ଏକ ନିଆରା ରାକ୍ଷୀ ଷ୍ଟଲ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବିକାଶ ଓ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ରବିନାରାୟଣ ଜେଠୀ, ଡି ଡି ଏମ, ନାବାର୍ଡ ବିଶ୍ୱଭୂଷଣ ମହାନ୍ତି, ପୌର ନିର୍ବାହୀ ଅଧିକାରୀ କଳ୍ପିତା କୁମାରୀ ଜେନା, ଡିପିସି ମୋନାଲିସା ଭଞ୍ଜ, ଡିପିଓ ଓଡିଶା ଜୀବିକା ମିଶନ, ପ୍ରେମଶୀ ନାୟକ, ଡେପୁଟି ସି ଇ ଓ, ଓରମାସ ଆଶିଷ ରାଉଳ, ଏକ୍ଜିକ୍ୟୁଟିଭ ଆସିଷ୍ଟାଣ୍ଟ ପ୍ରଭାତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଷ୍ଟଲ ରେ ଜୀବନ ଜ୍ୟୋତି ଟେରାକୋଟା, କୁଜଙ୍ଗ, ସାଇ ଜୁଟ କାଦୁଆପଡା, ପ୍ରଗତି କାଇଁଚ, ବାଲିକୁଦା, ଶିବଶକ୍ତି ଗୋଲଡେନ ଗ୍ରାସ, ଏରସମା, ସାରଳା ହାଣ୍ଡି କ୍ରାଫ୍ଟ ପ୍ରଡ୍ୟୁସର ଗ୍ରୁପ ର ସଦସ୍ୟ ମାନଙ୍କ ଦ୍ୱାରା ପ୍ରସ୍ତୁତ ରାକ୍ଷୀ ବେଶ ଆକର୍ଷଣୀୟ ହୋଇଛି। ବୋହୁ ରାକ୍ଷୀ, ଜଗନ୍ନାଥ ରାକ୍ଷୀ, ମୋ ଭାଇ ରାକ୍ଷୀ, ସାଇ ବାବା ଓ ଫୁଲ ରାକ୍ଷୀ ଏହି ଷ୍ଟଲ ର ମୁଖ୍ୟ ଆକର୍ଷଣ।ଏହି ଷ୍ଟଲ କୁ ଉଦଘାଟନ କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଜିଲ୍ଲାର ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ରାକ୍ଷୀ ସମସ୍ତ ଙ୍କର ପସନ୍ଦ ହେବ। ଏହା ବିକ୍ରୟ ଦ୍ୱାରା ସେମାନଙ୍କର ଆର୍ଥିକ ଉନ୍ନତି ରେ ସହାୟକ ହେବ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ଆସନ୍ତୁ ଏହି ନିଆରା ରାକ୍ଷୀ ଷ୍ଟଲ ରୁ ରାକ୍ଷୀ କିଣନ୍ତୁ।
Sign in
Sign in
Recover your password.
A password will be e-mailed to you.