ପଦ୍ମପୁର:- ସ୍ଥାନୀୟ ଅଂଚଳ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ଙ୍କ ସଭାପତିତ୍ୱ ରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ହେବା ସଙ୍ଗେ ସଙ୍ଗେ ନିଶା ମୁକ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଶ୍ରୀ ପଣ୍ଡା ନିଶା ମୁକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇବା ସହ ଏକ ସମୃଦ୍ଧ ଭାରତ ଗଠନରେ ଯୁବ ପିଢ଼ିଙ୍କ ଗୁରୁ ଦାୟୀତ୍ବ ରହିଛି ବୋଲି ମନ୍ତବ୍ୟ ରଖିଥିଲେ। ଏହି ସଭାରେ ଏନ. ଏସ. ଏସ. ଅଧିକାରୀ ଶ୍ରୀ ସଂଜୟ ତିଗଗା ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ଅନ୍ୟତମ ଅଧିକାରୀ ଶ୍ରୀମତୀ ବୁନୀ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ନିଶା ଦ୍ରବ୍ୟ ବର୍ଜନ କରିବା ସହ ନିଜ ନିଜ ଅଂଚଳ ରେ ଏ ନେଇ ସଚେତନତା ସୃଷ୍ଟି କରିବା ପାଇଁ ମାର୍ଗଦର୍ଶନ କରିଥିଲେ।ଆଇ. କ୍ଯୁ. ଏ. ସି. କୋଡିନେଟର ଶ୍ରୀ ନବକୃଷ୍ଣ ମିଶ୍ର ଅତିଥି ଭାବେ ଯୋଗ ଦେଇ ନିଶାଦ୍ରବ୍ୟ ସେବନ ବ୍ୟକ୍ତି,ସାମାଜ ତଥା ଦେଶର ସାମଗ୍ରିକ ବିକାଶରେ ପ୍ରତିବନ୍ଧକ ସାଜିଥାଏ ବୋଲି ମତ ରଖିବା ସହ ନିଶା ମୁକ୍ତ ଭାରତ ଗଠନ ପାଇଁ ପ୍ରଣ କରିବା ପାଇଁ ଆହ୍ୱାନ ଦେଇଥିଲେ।ଏହି ସଭାରେ ଅନ୍ୟତମ ଏନ. ଏସ. ଏସ. ଅଧିକାରୀ ଭୁବନେଶ୍ୱର ବରିହା, ରେଡ଼କ୍ରସ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଆଣ୍ଟି ରାଗିଂ ସେଲ ର ଅଧିକାରୀ ଡ଼. ବଳରାମ ପ୍ରଧାନ ମଞ୍ଚାସୀନ ଥିଲେ। ଡ଼. ସରୋଜ ନାଏକ, ବାଳଗୋପାଳ ମେହେର,ଅନନ୍ତ ମଲ୍ଲିକ,ସସ୍ମିତା ମେହେର ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତଛାତ୍ରୀ ଯୋଗଦେଇ ଶପଥ ପାଠ କରିଥିଲେ। ପରିଶେଷରେ ଏନ. ସି. ସି. ଅଧିକାରୀ କ୍ୟାପଟେନ ଜୟ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.