ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଜାତୀୟ ଏଣ୍ଟି ରେଗିଙ୍ଗ ସଚେତନତା ଦିବସ।ଏହି ଅବସରରେ ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଜାତୀୟ ଏଣ୍ଟି ରେଗୀଙ୍ଗ ସଚେତନତ ଦିବସ ପାଳିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଆଜିର ଦିନରେ ସମସ୍ତେ ପ୍ରତିବଦ୍ଧତା ହେବା ଛାତ୍ରଛାତ୍ରୀ କୌଣସି ପ୍ରକାର ରେଗିଙ୍ଗ କରିବା ନାହିଁ। ସେହି ପରି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ , ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଶ୍ଵ ବିଦ୍ୟାଳୟ ପରିସରରେ ଏକ ସଚେତନତା ରାଲି ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ, ବେନର ମାଧ୍ୟମରେ ସଚେତନତା କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଗୁଣୁପୁର ଆଦର୍ଶ ଥାନାର ସବ୍ ଇନ୍ସପେକ୍ଟର ରଂଜିତ ତ୍ରିପାଠୀ ଯୋଗ ଦେଇ ରେଗିଂଗ ର ଅପକାରିତ ବିଷୟ ସୂଚାଇ ଥିଲେ।ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟ ସ୍କୁଲ୍ ଅଫ୍ ଇଂଜିନିୟରିଂ ଡିନ ଏ ବି ଶ୍ରୀନିବାସ ରାଓ, ପରୀକ୍ଷା ନିୟନ୍ତ୍ରକ ଡ ପି. ବିଜୟ କୁମାର , ଜାତୀୟ ସେବା ଯୋଜନାର ଆବାହକ ତଥା କାର୍ଯ୍ୟକ୍ରମ ଅଧିକାରୀ ବାଣୀ ପ୍ରସାଦ ନାୟକ, ସମର ଶିକ୍ଷାର୍ଥୀ ବାହିନୀ ର ସି ଟି ଓ ତଥା ଅଧ୍ୟାପକ ତାପସ ପାଣିଗ୍ରାହୀ, ଡିନ ଷ୍ଟୁଡେଣ୍ଟସ ଏଫାଇରସ ପ୍ରଫେସର୍ ରଞ୍ଜିତ ପାଣିଗ୍ରାହୀଙ୍କ ସମେତ ସମସ୍ତ ବିଭାଗର ଅଧ୍ୟାପକ,ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।