ଅବ୍ୟବସ୍ଥା ଘେରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଭଞ୍ଜନଗର ର ଜିଲ୍ଲା ମେଡ଼ିକାଲ ବୋର୍ଡ

5

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଆଜି ସୋମବାର ଅଗଷ୍ଟମାସ ୧୨ ତାରିଖ ୨୦୨୪ ଦିନ ଦେଖାଦେଇଛି ଭଞ୍ଜନଗର ସରକାରୀ ଡ଼ାକ୍ତରଖାନା ରେ ଦିବ୍ୟାଗଂ ଓ ଭିନ୍ନକ୍ଷମ ମାନଙ୍କ ଅଭାବନୀୟ ଦୃଶ୍ୟ। ଅନେକ ଭିନ୍ନକ୍ଷମ ନିଜ ନିଜ ର ଭିନ୍ନଭିନ୍ନ ଭିନ୍ନକ୍ଷମ ପ୍ରମାଣ ପତ୍ର ନିମନ୍ତେ ବହୁ ସମୟ ଠିଆ ହୋଇ ଥିବାର ଆଜି ଦେଖାଯାଇଛି।

ଭଞ୍ଜନଗର ମେଡ଼ିକାଲ ରେ ଭିନ୍ନକ୍ଷମଙ୍କ ନିମନ୍ତେ ଜିଲ୍ଲା ମେଡ଼ିକାଲ ବୋର୍ଡ ହୋଇ ମଧ୍ୟ ଆବଶ୍ୟକିୟ ବିଶେଷଜ୍ଞ ମାନେ ଆସୁନଥିବା ରୁ ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ମାନେ ବହୁ ସମୟ ଠିଆ ହୋଇଥିବାର ଦେଖାଦେଇଛି । ୨୧ ପ୍ରକାର ଭିନ୍ନକ୍ଷମ ତାଲିକା ନିମନ୍ତେ, ଶିବିର ରେ ଭିନ୍ନ ଭିନ୍ନ ବିଶେଷଜ୍ଞଙ୍କ ରହିବା ନିହାତି ଆବଶ୍ୟକ ଥିବାବେଳେ। କିନ୍ତୁ ଏଠାରେ ତାହା ପ୍ରହଶନ ପାଲଟିଛି । ଏ ସଂକ୍ରାନ୍ତରେ କିଛି ବେସରକାରୀ ସାମାଜିକ ସଂଗଠନ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଯେଉଁ ଭଞ୍ଜନଗର ମେଡିକାଲ କୁ ନବୀକରଣ ନାରେ ବହୁ ଟଙ୍କା ଖର୍ଚ୍ଚ ହେଲା, କିନ୍ତୁ ରୋଗୀଙ୍କ ପାଇଁ ଏସବୁ କୌଣସି କାର୍ଯ୍ୟ ରେ ଆସୁ ନାହିଁ। ବୟସ୍କ, ଗୁରୁତର ରୋଗୀଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା ଥିଲେ ସୁଦ୍ଧା ଏହା କାର୍ଯ୍ୟ ରେ ଆସୁନି କିମ୍ବା ଏହାର ସମାଧାନ ପାଇଁ ଅନ୍ୟ ବିକଳ୍ପ କରାଯାଇନାହିଁ ଫଳରେ ରୋଗୀ ମାନେ ହାଇରାଣ ହେଉଛନ୍ତି। ଆବଶ୍ୟକ ଅନୁସାରେ ଡାକ୍ତର ନଥିବା ଯୋଗୁଁ ଲୋକେ ବାହାରେ ଚିକତ୍ସା କରାଇବା ପାଇଁ ପସନ୍ଦ କାରୁଛନ୍ତି। ସୂଚନା ପ୍ରକାରେ ଭଞ୍ଜନଗର ମେଡ଼ିକାଲ ରେ ପୁର୍ବରୁ ମଧ୍ୟ ସାଧାରଣ ଚିକିତ୍ସାରେ ଓ ବିଭିନ୍ନ ପରିକ୍ଷା ନିରିକ୍ଷାରେ ତୃଟି ଓ ଅବହେଳା ହୋଇଥିବାର ଅଭିଯୋଗ ହୋଇ ଆସୁଅଛି। ସେଥିପାଇଁ ସାଧାରଣ ରେ ଭଞ୍ଜନଗର ମେଡ଼ିକାଲ ଲୋକଙ୍କ ପାଇଁ ଚର୍ଚ୍ଚା ରେ ରହିଛି।
ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଆନ୍ତରିକ ଅଭାବ ଦ୍ଵାରା ବିଗତ ୧୮ ମାସ ହେଲାଣି ବୋର୍ଡକୁ ଅସ୍ଥିଶଲ୍ୟ, ସ୍ନାୟୁଜନିତ ବିଶେଷଜ୍ଞ, ଚକ୍ଷୁ ଡାକ୍ତର,ମୁଖବଧିର ବିଶେଷଜ୍ଞ ଆସୁ ନାହାନ୍ତି । ଉକ୍ତ ବିଷୟ ରେ ଅଭିଯୋଗ କଲେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷଣ ଡାକ୍ତର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣା ଯାଇଅଛି କହି, ମୁହଁ ଫେରାଉଛନ୍ତି । ଯାହା ଦିବ୍ୟାଙ୍ଗ ସମାଜ ପାଇଁ ପ୍ରମାଦ । ପ୍ରତି ବିଭାଗ ରେ ସହସହ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଲମ୍ବା ଲାଇନରେ ଛିଡ଼ା ହୁଅନ୍ତି। ଶେଷରେ ଡାକ୍ତର ଆସୁନଥିବା ହେତୁ ଅସହାୟରେ ଘରକୁ ଫେରିଥାନ୍ତି। ମେଡିକାଲରେ ମୌଳିକ ଶୁଭିଧ୍I ଯଥା ବୋର୍ଡରେ ବିଭାଗ ର ନାମ, ତାରିଖ,ଖୋଲିବା, ବନ୍ଦ ହେବା ସମୟ ଲେଖା ଯାଇ ନାହିଁ ,କି ତିନିଚକିଆ ସାଇକେଲ୍ ବ୍ୟବସ୍ଥା ନାହିଁ, ସହାୟକ କେହି ନାହାନ୍ତି, ରାମ୍ପ ବ୍ୟବସ୍ଥା ନାହିଁ , ପାନୀୟ ଜଳ ଯୋଗାଣ ନାହିଁ ଓ ସହାୟକ କେନ୍ଦ୍ର ଖୋଲାଯାଇ ନIହିଁ ଯାହାକୁ ଓଡିଶା ବିକଳାଙ୍ଗ ମଞ୍ଚ ତୀବ୍ର ନିନ୍ଦା କରିଛି। ମIନୁଆଲ ପ୍ରମାଣ ପତ୍ର ଅଚଳ ଓ ଡିଜିଟାଲ ୟୁନିକ୍ ଆଇଡି ସ୍ମାର୍ଟ କାର୍ଡ ପ୍ରମାଣ ପତ୍ର ଜରୁରୀ ହେବା ହେତୁ ବିଭିନ୍ନ ସରକାରୀ ଯୋଜନାରୁ ଭିନ୍ନକ୍ଷମ ବାଦ ପଡିଛନ୍ତି। ରାସନ, ଭତ୍ତା, ଯାତାୟାତ, ତିନିଚକିଆ ସାଇକେଲ, ବିଭନ୍ନ ଉପକରଣ ,ଶିକ୍ଷାବୃତି, ଆଶାବାଡି ଇତ୍ୟାଦି ସୁବିଧାରୁ ବଞ୍ଚିତ ହେତୁ ଭିନ୍ନକ୍ଷମ କର୍ମୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ଵରେ ଭିନ୍ନକ୍ଷମ ପ୍ରତିନିଧି ମଣ୍ଡଳୀ ସମାଧାନ ପାଇଁ ଭଞ୍ଜନଗର ବିଧାୟକ,ଜିଲ୍ଲାପାଳ,ଛତ୍ରପୁର,ଗଞ୍ଜାମ ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ,ବ୍ରହ୍ମପୁର,ଉପ-ଜିଲ୍ଲାପାଳ,ସୁପରିଟେଣ୍ଡେଣ୍ଟ , ଭଞ୍ଜନଗର କୁ ଲିଖିତ ଆକାରରେ ଜଣାଇଛନ୍ତି । ଯେଉଁଥିରେ କି ଏକମାସ ଭିତରେ ସମାଧାନ ନହୁଏ ତେବେ ଶତାଧିକ ତିନିଚକିଆ ସାଇକେଲ ଧାରୀ ଦିବ୍ୟାଙ୍ଗ ରାଜ ରାସ୍ତାରେ ଧାରଣାରେ ବସିବା ପାଇଁ ସେ ମିଡିଆକୁ ବାର୍ତ୍ତା ଦେଇଛନ୍ତି I

Leave A Reply

Your email address will not be published.