କୁଜେନ୍ଦ୍ରୀ ଠାରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

6

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି; ଗୁଣପୁର ଉପଖଣ୍ଡ କୁଜେନ୍ଦ୍ରୀ ଗ୍ରାମରେ ହର ଘର ତ୍ରିରଙ୍ଗା ପ୍ରସ୍ତୁତି ବୈଠକ ହୋଇଥିଲା।ପ୍ରଥମେ ‘ବନ୍ଦେ ମାତରଂ’ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।କୁଜେନ୍ଦ୍ରୀ ମଣ୍ଡଳର ସଭାପତି ଧନୁ ବେହେରା ସମସ୍ତଙ୍କର ପରିଚୟ ଦେଇଥିଲେ।ଗୁଣପୁର ପ୍ରଭାରୀ ଦାୟିତ୍ୱ ଥାଇ ହର ଘର ତ୍ରିରଙ୍ଗା କୁଜେନ୍ଦ୍ରୀ ମଣ୍ଡଳ ପ୍ରଭାରୀ ଦାୟିତ୍ୱରେ ଶିବାଜୀ ଦାସ ଉପସ୍ଥିତ ଥିଲେ,ବିଜେପି ଜିଲ୍ଲାର ସେକ୍ରେଟେରୀ ବନମାଳୀ ଗମାଙ୍ଗ ମଧ୍ୟ ଉପସ୍ଥିତ ରହିଥିଲେ ,ଏବଂ କୁଜେନ୍ଦ୍ରୀ ମଣ୍ଡଳ ସଭାପତି ଧନୁ ବେହେରା ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ବ ହୋଇଥିଲା। ପରେ ଶ୍ରୀଯୁକ୍ତ ଶିବାଜୀ ଦାସ ଏହି ହର୍ ଘର୍ ତ୍ରିରଙ୍ଗା ଘର୍ ଘର୍ ତ୍ରିରଙ୍ଗା ଓ ତ୍ରିରଙ୍ଗା ଯାତ୍ରା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସେ କହିଥିଲେ ଚଳିତ ମାସ ୧୧ ତାରିଖ ରୁ ୧୪ତାରିଖ ପର୍ଯ୍ୟନ୍ତ ପ୍ରତି ମଣ୍ଡଳ ତଥା ନିର୍ବାଚନ ମଣ୍ଡଳୀ ରେ ଏହି ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏବଂ ସମସ୍ତ ପ୍ରତିମୁର୍ତି ସ୍ମାରକୀ ଚାରୀ ପାଖରେ ସ୍ବଚ୍ଛତା ଅଭିଯାନ ହେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ଅଗଷ୍ଟ ୧୩ରୁ୧୫ ତାରିଖ ପର୍ଯ୍ୟନ୍ତ ହର୍ ଘର୍ ତ୍ରିରଙ୍ଗା ପ୍ରତ୍ୟେକ ଘର ବ୍ୟବସାୟ, ଅନୁଷ୍ଠାନ ରେ ଲାଗିବ।୧୪ଅଗଷ୍ଟ ବିଭାଜନ ବିଭିଷିକା ‘ସୃତିଦିବସ ଜିଲ୍ଲା ରେ ପାଳନ କରାଯିବ ।୧୬ଅଗଷ୍ଟ ହେଉଛି ଭାରତ ରତ୍ନ ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେଯ ପୟୀ ଙ୍କ ପୁଣ୍ୟ ତିଥ୍ ପାଳନ କରାଯିବ। ୧୯ ତାରିଖ ପବିତ୍ର ରାକ୍ଷୀ ବନ୍ଧନରେ ଦଳର ମହିଲା କାର୍ଯ୍ୟ କର୍ତ୍ତା ମାନେ ମୁଖୁଆ ତଥା ପ୍ରଭାବିତ ନେତୃତ୍ବ ମାନଙ୍କୁ ରାଖୀ ବାନ୍ଧିବା, ଏଭଳି ଅନେକ କାର୍ଯ୍ୟକ୍ରମ ଉପରେ ପ୍ରଭାରୀ ଶ୍ରୀ ଯୁକ୍ତ। ଶିବାଜୀ ଦାସ ପ୍ରାଞ୍ଜଳ ଭାବେ ବୁଝାଇ ସମସ୍ତଙ୍କୁ ପାଳନ କରିବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟ କ୍ରମରେ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।ମଣ୍ଡଳ ସଭାପତିଙ୍କ ଉପସ୍ଥିତିରେ ମଧ୍ଯ କୁଜେନ୍ଦ୍ରୀ ଗ୍ରାମ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ବନମାଳୀ ଗମାଙ୍ଗ କାର୍ଯ୍ୟକ୍ରମ ଧନ୍ୟବାଦ ଅର୍ପଣ ଦେଇ ସମାପନ କରିଥିଲେ।

 

Leave A Reply

Your email address will not be published.