ସେପ୍ଟେମ୍ବର ୮ରେ ଗୁଣପୁର କଳିଙ୍ଗ ବୈଶ୍ୟ ସଂଘ କର୍ମକର୍ତ୍ତା ନିର୍ବାଚନ

6

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବହୁ ପ୍ରତିକ୍ଷିତ ସ୍ଥାନୀୟ କଳିଙ୍ଗ ବୈଶ୍ୟ ସଂଘର କର୍ମକର୍ତ୍ତା ନିର୍ବାଚନ ସେପ୍ଟେମ୍ବର ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଗୁରୁବାର ଦିନ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛିଯେ ଅଗଷ୍ଟ ୮ ରେ ଭୋଟର ତାଲିକା ପ୍ରକାଶ ପାଇବ।ଅଗଷ୍ଟ ୨୨ ରୁ ୨୪ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ୨୫ରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୨୬ରେ କାଏମ ରହିଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯିବ। ସେହିପରି ୨୭ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଏବଂ ୨୮ ତାରିଖରେ ଚୂଡାନ୍ତ ପ୍ରତିଦ୍ଵନ୍ଦୀଙ୍କ ନାମ ପ୍ରକାଶ ପାଇବ। ଆବଶ୍ୟକ ସ୍ଥଳେ ସେପ୍ଟେମ୍ବର ୮ ତାରିଖରେ ଭୋଟ ଗ୍ରହଣ କରାଯିବ। ସେପ୍ଟେମ୍ବର ୯ ରେ ଭୋଟ ଗଣତି କରାଯାଇ ବିଜେତାଙ୍କ ନାମ ଘୋଷଣା କରାଯିବାକୁ ସ୍ଥିର ହୋଇଛି। ନିର୍ବାଚନରେ ବିଜୟୀ ସଭାପତି, ଉପ ସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ତିନି ବର୍ଷ ପାଇଁ କାର୍ଯ୍ୟ କରିବେ। ଏହି ନିର୍ବାଚନରେ ମୋଟ ୮୨୨ ଜଣ ଭୋଟର ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି। ନିର୍ବାଚନ ପରିଚାଳନା ନିମନ୍ତେ ତିନି ଜଣଙ୍କୁ ଅଵସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପୋଲା ଲକ୍ଷଣ ରାଓ,ଅବସରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବି କୋଣ୍ଡାଲ ରାଓ ଏବଂ ଇଞ୍ଜିନିୟର ଡ଼ି ରମେଶଙ୍କୁ ନିର୍ବାଚନ ଅଧିକାରୀ ରୂପେ ମନୋନୀତ କରାଯାଇଛି। ସୂଚନାଯୋଗ୍ୟ ପାଞ୍ଚ ଦଶନ୍ଧି ପୁର୍ବେ ପ୍ରତିଷ୍ଠା ହୋଇଥିବା ସଂଘ ଏଥର ଦ୍ବିତୀୟ ଥର ପାଇଁ ନିର୍ବାଚନରେ ସମ୍ମୁଖୀନ ହେଉଛି। ୨୭ ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ଅନୁଷ୍ଠିତ ନିର୍ବାଚନରେ ସଭାପତି ରୂପେ ଜି କ୍ରିଷ୍ଣା ରାଓ ନିର୍ବାଚନ ହୋଇଥିଲା। ଅବଶିଷ୍ଟ ବର୍ଷ କେବଳ କର୍ମକର୍ତ୍ତା ମନୋନିତ ହୋଇ ଆସୁଥିଲେ। ଗତଥର ଲାଡି ଈଶ୍ଵର ରାଓ ସଭାପତି ଏବଂ ଏସ ବାବା ପ୍ରସାଦ ସମ୍ପାଦକ ରୂପେ ମନୋନୀତ ହୋଇଥିଲେ।

 

Leave A Reply

Your email address will not be published.