ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସହରର ବାଇ ପାସ୍ ରାସ୍ତା ନିର୍ମାଣ ମନ୍ଥନ ଗତିରେ ଚାଲିଛି। ଫଳରେ ଯାନବାହାନ ଚଳାଚଳ ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ରାତ୍ରି ସମୟରେ ଠିକ୍ ଭାବେ ରାସ୍ତା ଦେଖା ଯାଉନଥିବା ଯୋଗୁଁ କଲଭର୍ଟ ଗର୍ତ୍ତ ଭିତରକୁ ବାରମ୍ବାର ମଟର ସାଇକେଲ ଚାଳକ ମାନେ ପଶି ଦୁର୍ଘଟଣାର ଶିକାର ହେଉଛନ୍ତି। ଗତ କିଛି ଦିନ ତଳେ ରାତିରେ ଏକ ମଟର ସାଇକେଲ ପଡିଯାଇଥିବା ଦେଖିବାକୁ ମିଳିଛି। ମଟର ସାଇକେଲ ରାସ୍ତା ନିର୍ମାଣ କରୁଥିବା କର୍ମଚାରୀ ମାନେ ବାହାର କରୁଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡିଛି ଯେ ଗୁଡାରୀ ବ୍ଲକ ଢେପା ଗୁଡା ଅଞ୍ଚଳର ଜଣେ ଯୁବକ ତାଙ୍କ ସମ୍ପର୍କୀୟ ଙ୍କୁ ଆଣିବା ପାଇଁ ଗୁଣପୁର ରେଳ ଷ୍ଟେସନ କୁ ରାତି ୨ ଘଣ୍ଟା ସମୟରେ ଯିବା ସମୟରେ ଏହିଭଳି ଦୁର୍ଘଟଣା ର ଶିକାର ହୋଇଥିଲେ। କଲଭର୍ଟ ଗର୍ତ୍ତ ଚାରିପଟେ ଉପଯୁକ୍ତ ବେରିକେଟ ନ କରି ନାଲି ଫିତା ଲଗାଇ ଛାଡି ଦେଉଥିବା ଯୋଗୁଁ ଏହି ଭଲି ଦୁର୍ଘଟଣା ବାରମ୍ବାର ହେଉଥିବା ଅଭିଯୋଗ ହେଉଛି।
ସୂଚନା ଯୋଗ୍ୟ ସେ ଏହି ରାସ୍ତା ୪ ଟିକିଆ କରିବା ସହ ମାଷ୍ଟର ଡ୍ରେନ୍ ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ୧୬ କୋଟି ୩୦ ଲକ୍ଷ ଟଙ୍କାର ଟେଣ୍ଡର ଚୂଡ଼ାନ୍ତ ହୋଇଥିଲା। ଏହି ଟେଣ୍ଡର ବିଆରସି ନାମକ ଏକ ଆନ୍ଧ୍ର ଠିକା ସଂସ୍ଥା ପାଇଥିଲା କିନ୍ତୁ ନିର୍ଦ୍ଧାରିତ ସମୟ ସୀମା ସାରିବା ପରେ ମଧ୍ଯ କାର୍ଯ୍ୟ ଶେଷ ହୋଇ ନ ଥିବା ଯୋଗୁଁ ପୁନର୍ବାର ସମୟ ସୀମା ବଢାଇ ଚୁକ୍ତି କରାଯାଇଥିଲା।