ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ସ୍ୱାଧୀନତାର ୭୮ତମ ପାଳନ ଉପଲକ୍ଷେ ଆଜାଦି କା ଅମ୍ରିତ ମହୋତ୍ସବ ପାଳନ ଅବସର ରେ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ”ହର ଘର ତ୍ରିରଙ୍ଗା” ଅଭିଯାନ ରେ ପ୍ରତ୍ୟେକ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ କେନ୍ଦ୍ର ସରକାର ଆହ୍ୱାନ ଦେଇଛନ୍ତି।
ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଦେଶ କ୍ରମେ ମିଶନ ଶକ୍ତି ସଂଘ ମାନଙ୍କ ମାଧ୍ୟମ ରେ ଜିଲ୍ଲାର ପ୍ରତ୍ୟେକ ପରିବାର କୁ ମାଗଣାରେ ଜାତୀୟ ପତାକା ବଣ୍ଟନ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକଙ୍କ ଅଧକ୍ଷରେ ଅନୁଷ୍ଠିତ ବିତରଣ କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ୍ ୯୦ ହଜାର ପତାକା ବଣ୍ଟନ କରାଯାଇଛି। ଏହି ପତାକା ଜିଲ୍ଲାର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଙ୍କ ଦ୍ୱାରା ପ୍ରତ୍ୟେକ ଘର ଘର ବୁଲି ବିନା ମୂଲ୍ୟରେ ଜାତୀୟ ପତାକା ବଣ୍ଟନ କରାଯିବ।
ଏହି ବଣ୍ଟନ କାର୍ଯ୍ୟକ୍ରମରେ ଶ୍ରୀ ଟିମନ ବାରା , ଜିଲ୍ଲା ମିଶନ ଶକ୍ତି ସଂଯୋଜକ , ଶ୍ରୀମତୀ ମନସ୍ମିତା ପାତ୍ର , ଡିପିଏ , ମିଶନ ଶକ୍ତି , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ଓ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ର ମହିଳା ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ପତାକା ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.