ପାରାଦ୍ଵୀପ/ସୁଦର୍ଶନ ମଲ୍ଲ : ଆସନ୍ତା ୧୬ ତାରିଖରୁ ଆନ୍ଦୋଳନ କୁ ଓହ୍ଲାଇବ ପାରାଦ୍ଵୀପ ର ତିନୋଟି ଟ୍ରକ ସଙ୍ଘ। ଅଚଳ ହେବ ପାରାଦ୍ଵୀପ ବନ୍ଦର ର ପଣ୍ୟ କାରବାର। କିଛି ଅସାଧୁ ଟ୍ରକ ମାଲିକ ଓ ପୋଲିସ ମଧ୍ଯରେ ମଧୁଚନ୍ଦ୍ରିକା ଯୋଗୁ ଟ୍ରାଫିକ ନିୟମ ରେ ଆସୁଥିବା ଟ୍ରକ ମାସକୁ ଦୁଇଟି ମାତ୍ର ଭଡା କରୁଥିବା ବେଳେ ଅସାଧୁ ଟ୍ରକ ମାଲିକ ମାସକୁ ୧୫ ଟ୍ରିପ୍ ଭଡା କରୁଛନ୍ତି। ଯାହା ଦ୍ବାରା ପାରାଦ୍ଵୀପ ରେ ଟ୍ରାଫିକ ସମସ୍ୟା ଦେଖା ଦେବା ସହିତ ସାଧାରଣ ଲୋକେ ହଇରାଣ ହେଉଛନ୍ତି ଏବଂ ଦୂର୍ଘଟଣାରେ ମୃତ୍ଯୁବରଣ କରୁଛନ୍ତି । ଏହାକୁ ନେଇ ପାରାଦ୍ୱୀପ ରେ ଥିବା ତିନୋଟି ଟ୍ରକ ମାଲିକ ସଂଘ ର ମିଳିତ ସମନ୍ଵୟ କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଆସନ୍ତା ୧୪ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ୧୬ ତାରିଖ ରେ ମିଳିତ ସମନ୍ଵୟ କମିଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅଠରବାଙ୍କି ଠାରେ ଆନ୍ଦୋଳନ କରାଯିବ। କେବଳ ପଣ୍ୟକାରବାର ରେ ନିୟୋଜିତ ମାଲ ବାହି ଟ୍ରକକୁ ବନ୍ଦ ରହିବ ବୋଲି ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୋଲିସ ଓ ମିଳିତ ସମନ୍ଵୟ କମିଟି ମିଳିତ ଭାବେ ଶୃଙ୍ଖଳିତ ପରିବହନ ପରିଚାଳନା କରିବାକୁ ସଙ୍ଘ ଦାବି କରିଛି । ଯେଉଁ ଆଇରନ ଟ୍ରକ ନିୟମ ଉଲଙ୍ଘନ କରି ପୋଲିସ ଉପସ୍ଥିତିରେ ଧାଡି ଭାଙ୍ଗି ଆସୁଛନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ ବୋଲି ଦାବି କରାଯାଇଛି। ବାରମ୍ବାର ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇ ଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ। ଏହାର ନିରାକରଣ ପାଇଁ ଆସନ୍ତା ୧୬ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମିଳିତ ସମନ୍ଵୟ କମିଟି ଅଧ୍ୟକ୍ଷ ସୁମନ୍ତ କୁମାର ବିଶ୍ଵାଳ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.