କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ଆଦିବାସୀ ଦିବସ ପାଳନ କରିବା ସହ ବିର୍ଷାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।ବ୍ଲକରେ ଥିବା ସମସ୍ତ ଆଦିବାସୀ ଭାଇ ଭଉଣୀ ମାନେ ପୂଜାରିଗୁଡା ପଞ୍ଚାୟତର ରେଖାଲଗୁଡା ଛକରେ ଥିବା ଦିବ୍ୟଦର୍ଶନ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ସେହିଠାରୁ ଏକ ଶୋଭାଯାତ୍ରାରେ ବାହାରି ସୁନାଖଣ୍ଡି ପଞ୍ଚାୟତର ଆଲଜିନିଗୁଡା ଠାରେ ଆଦିବାସୀ ନେତା ବିର୍ଷାମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ଉଦଘାଟନ କରିଥିଲେ ।ଏହାକୁ ବ୍ଲକ ଆଦିବାସୀ ସଂଘର ସଭାପତି ଯୋଗେନ୍ଦ୍ର ୱାଡକା ଉଦଘାଟନ କରିଥିଲେ ।
ଏହାପରେ ଉକ୍ତ ସ୍ଥାନରେ ଏକ ବୈଠକ ବସିଥିଲେ ।ଏଥିରେ ଆଦିବାସୀ ଙ୍କ ବିଭିନ୍ନ ପ୍ରକାର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।ଏଥିରେ ନିୟମଗିରି ପାହାଡ ର ବସବାସ କରୁଥିବା ଡଙ୍ଗରିଆ ଆଦିବାସୀ ଜିତୁ ଜାକେସିକା ମଧ୍ୟ ଉପସ୍ଥିତ ରହିଥିଲେ ।ଶେଷରେ ସଭାପତି ଶ୍ରୀ ୱାଡକା ଧନ୍ୟବାଦ ଦେଇଥିଲେ ।