ଘରେ ଘରେ ତ୍ରିରଙ୍ଗା ଅଭିଯାନ

6
  • • ବିନା ମୂଲ୍ୟରେ ଏକ ଲକ୍ଷ ଜାତୀୟ ପତାକା ଲୋକଙ୍କୁ ଯୋଗାଇବା ଲକ୍ଷ୍ୟ: ୧୩ଟି ବ୍ଲକ ସ୍ତରୀୟ ମହାସଂଘ ପତାକା ଯୋଗାଇବା ପାଇଁ ନିୟୋଜିତ

  • • ଅଭିଯାନରେ ସାମିଲ ହୋଇ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ

ବରଗଡ : ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି I ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନ ଅନୁଯାଇ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ସହ ମିଶନ ଶକ୍ତି ସଦସ୍ୟଙ୍କୁ ରୋଜଗାର ଯୋଗାଇବା ଭଳି ମହତ ଉଦେଶ୍ୟକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହ ତୃଣମୂଳ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I
ସୂଚନା ଯୋଗ୍ୟକି, ଜିଲ୍ଲା, ଏହି ଅଭିଯାନର ସଫଳତା ତଥା ସମଗ୍ର ବିଶ୍ଵବସୀଙ୍କୁ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ସମସ୍ତ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ତ୍ରିରଙ୍ଗା ଯାତ୍ରା, କୋନସର୍ଟ ଓ ଶପଥପାଠ କାର୍ଯ୍ୟକ୍ରମ ଅୟୋଜୋନ କରାଯିବ I ଏଥିପାଇଁ ଆବଶ୍ୟକୀୟ ସଂଖ୍ୟକ ଜାତୀୟ ପତାକା ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗାଇବେ I ଜିଲ୍ଲାର ମଣ୍ଡଳ ଉନ୍ନୟନ ଅଧିକାରୀ ଓ ପୌର ପାଳିକା/ ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀ/ପୌର ଆୟୁକ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସମନ୍ଵୟରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହେବ I ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ବିନା ମୂଲ୍ୟରେ ସମୁଦାୟ ଏକ ଲକ୍ଷ (୧୦୦୦୦୦) ଜାତୀୟ ପତାକା ଲୋକଙ୍କୁ ଯୋଗାଇବା ଲକ୍ଷ୍ୟ ରଖି ଜିଲ୍ଲାର ୧୩ ଗୋଟି ବ୍ଲକ ସ୍ତରୀୟ ମହାସଂଘ/ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଜାତୀୟ ପତାକା ଯୋଗାଇବା ପାଇଁ ଦାୟିତ୍ୱ ଦିଆଯାଇଛି I ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଗୋୟଲ ସମସ୍ତ ଭାରତୀୟଙ୍କ ସ୍ୱାଭିମାନ ଏବଂ ସମ୍ମାନର ପ୍ରତୀକ ତ୍ରିରଙ୍ଗା ପତାକାକୁ ଗର୍ବ ଓ ସମ୍ମାନର ସହ ଉଡାଇବା ପାଇଁ ଅନୁରୋଧ କରିଛନ୍ତି ଏବଂ www.harghartiranga.com ୱେବ୍ସାଇଟରେ ଶପଥପାଠ କରି କିମ୍ବା ତ୍ରିରଙ୍ଗା ପତାକା ସହିତ ନିଜର ସେଲଫି ଅପଲୋଡ କରି କେନ୍ଦ୍ର ସରକାରଙ୍କ ପ୍ରମାଣ ପତ୍ର ଗ୍ରହଣ କରିବା ସହ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ୱାନ କରିଛନ୍ତି I ଏତଦବ୍ୟତୀତ ସମସ୍ତ ବିଡ଼ିଓ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ମିଶନ ଶକ୍ତି, ଶିକ୍ଷା, ସଂସ୍କୃତି ଏବଂ ସୂଚନା ଓ ଲୋକ ସଂପର୍କ ଭିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଅଭିଯାନର ସଫଳତା ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି I

Leave A Reply

Your email address will not be published.