ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟରେ କ୍ୱାଣ୍ଟମ ମଧ୍ୟମରେ ଭବିଷ୍ୟତ କମ୍ପୁଟିଂ ଏବଂ ଯୋଗାଯୋଗ ଅନୁସନ୍ଧାନ ସମ୍ପର୍କିତ ଦୁଇ ଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।
ଏ ଆଇ ସି ଟି ଇ ପ୍ରୋଯୋଜିତ ଏ ଆଇ ସି ଟି ଇ- ଭାନି ଯୋଜନା ଅଧୀନ ରେ ଆୟୋଜିତ ଏହି ଦୁଇ ଦିନିଆ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ଆନ୍ଧ୍ର ବିଶ୍ଵବିଦ୍ୟାଳୟର ପ୍ରଫେସର ଆଭାଧାନି ପି ଏସ ଯୋଗ ଦେଇ କ୍ୱାଣ୍ଟମର ବିଭିନ୍ନ ଦିଗ ବିଷୟରେ କହିବା ସହ ଭବିଷ୍ୟତରେ ଏହାର ଉପଯୋଗିତା ବିଷୟରେ ବିଭିନ୍ନ ଉଦାହରଣ ମାଧ୍ଯମରେ ବୁଝାଇଥିଲେ।ସମ୍ମାନୀୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ସଭାପତି ଡ. ସତ୍ୟ ପ୍ରକାଶ ପଣ୍ଡା ଯୋଗଦେଇ ଏହି ଭଳି ଆଲୋଚନାଚକ୍ର ଦ୍ଵାରା ବିଦ୍ୟାର୍ଥୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ ହେବା ସହ ଗବେଷଣ କ୍ଷେତ୍ରରେ ଦେଶ ଆଗକୁ ଯାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏ ଭି ଏନ ଏଲ ଶର୍ମା , ଇ ସି ଇ ବିଭାଗର ମୁଖ୍ୟ ଡ ବିଭୁ ପ୍ରସାଦ ଯୋଗ ଦେଇ ଏହି ଦୁଇ ଦିନିଆ ଆଲୋଚନା ଚକ୍ରର ମହତ୍ଵ ବିଷୟରେ କହିଥିଲେ।
ବିଶ୍ଵବିଦ୍ୟାଳୟର ଇଲୋକ୍ଟ୍ରୋନିକସ ଆଣ୍ଡ କମ୍ୟୁନିକେସନ ଇଞ୍ଜନିୟରିଂ ଓ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜନିୟରିଂ ବିଭାଗ ପକ୍ଷରୁ ଆୟୋଜତ ଏହି ଆଲୋଚନା ଚକ୍ରରେ ଆବାହକ ଡ ପ୍ରୀୟଦର୍ଶନ ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ଆବାହକ ଡ ରାଘେବେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ରରେ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର ଡ ଏନ ଭି ଜଗନାଧା ରାଓ, ଆଇ ଆଇ ଟି ମାଡ୍ରାସ ର ପ୍ରଫେସର୍ ସୁବ୍ରମଣ୍ୟମ,ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ଛାତ୍ରୀ ଭବାନୀ ସାହୁ, ପ୍ରଣୀତା ରଥ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।ଏହି ଆଲୋଚନା ଚକ୍ରରେ କଲିକତାସ୍ଥିତ ଆଇ ଆଇ ଏସ ଇ ଆର ର ପ୍ରଫେସର୍ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ସ୍ଥିତ ଆଇ ଜର ର ପ୍ରଫେସର୍ ଭିକ୍ଟର ମୁଖେର୍ଜି, ଏନ ଆଇ ଟି ରାୟପୁରର ବି ଆଚାର୍ଯ୍ୟ, ବିଜୟାନନ୍ଦ ପଟ୍ଟନାୟକ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମ ଅନିଲ କୁମାର ପ୍ରମୁଖ ଯୋଗଦେଇ ଆଧୁନିକ ଗବେଷଣା ସମ୍ପର୍କରେ ବ୍ୟକ୍ତବ୍ୟ ମାନ ଉପସ୍ଥାପନ କରିବେ।