ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ୟୁନିଟ ଦ୍ୱାରା ଏନ୍.ଏସ୍.ଏସ୍ ସ୍ବେଚ୍ଛାସେବୀ ମାନେ ମହାବିଦ୍ୟାଳୟର ପଡିଆଠାରେ ବୃକ୍ଷରୋପଣ କରିଥିଲେ। ଉକ୍ତ କାର୍ଯକ୍ରମକୁ ଏନ୍.ଏସ୍.ଏସ. ର ବିଭାଗୀୟ ଅଧିକାରୀ ଅଧ୍ୟାପକ ସଞ୍ଜୟ ଟିଗା ଏବଂ ଅଧ୍ୟାପିକା ବୁନୀ ସାହୁ ପରିଚାଳନା କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଳିତ ମୋହନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଥମେ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣ ର ଉପକାରିତା ଉପରେ ଦିଗଦର୍ଶନ ଦେଇଥିଲେ। ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ମଧ୍ୟ ବୃକ୍ଷରୋପଣ କରି ତାର ଯତ୍ନ ନେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଅଧ୍ୟାପିକା ସସ୍ମିତା ମେହେର ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଉପରୋକ୍ତ କାର୍ଯକ୍ରମରେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗଦାନ କରିଥିଲେ। ସ୍ବେଛାସେବୀ ମାନେ ତିନୋଟି ଗ୍ରାମ ଯଥା ଚାରପାଲି, ସିଂହନପୁର ଏବଂ ବରିକେଲ ଯାଇ ବୃକ୍ଷରୋପଣ କରିଥିଲେ ଏବଂ ଜନସାଧାରଣ ଙ୍କୁ ବୃକ୍ଷରୋପଣ ର ବିଷୟ ଉପରେ ବୁଝାଇଥିଲେ। ଛାତ୍ର ପ୍ରିତିନିଧି ଭାବରେ ବୃନ୍ଦାବନ ରଣା, ଅକ୍ଷୟ କୁମାର କୁମ୍ଭାର, ବାବଲୁ ପ୍ରଧାନ, ଆଦିତ୍ୟ ମେହେର, ଆଲୋକ, ବିଶ୍ବରଂଜନ, କ୍ଷିରେଶ୍ୱର୍, ପ୍ରତାପ, ସୁଜିତ୍, ତ୍ରିଭୂତି ଏବଂ ଛାତ୍ରୀ ସୁରେଶ୍ଵରୀ, ପୂଜା, ପଦ୍ମିନୀ, ରେଣୁକା, ରୀନା, ସୁଜାତା, ସସ୍ମିତା, ଦୀପାଞ୍ଜଲି, ଜୟଶ୍ରୀ, ବର୍ଷା, ତିଳୋତ୍ତମା, ମୋନାଲିସା ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post