ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }; ଗତ ଦିନରେ ଭଞ୍ଜନଗର ପୋଲିସ୍ ର ଦୃଷ୍ଟି ଆଢ଼ୁଆଳରେ ବିଭିନ୍ନ ସ୍ଥାନରେ ଚୋରି କରି ଆସୁଥିବା ଦୁଇ ଆସାମୀ କୁ ଭଞ୍ଜନଗର ପୋଲିସ୍ ଆଜି ଅଗଷ୍ଟ ମାସ ୯ ତାରିଖ ୨୦୨୪ ଶୁକ୍ରବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି।
ଭଞ୍ଜନଗର ଥାନାଧିକାରୀ ଙ୍କ ସୂଚନା ପ୍ରକାରେ, ଗତ କିଛିଦିନ ତଳେ ଭଞ୍ଜନଗର ସହର ଅନ୍ତର୍ଗତ ଜାମପଲ୍ଲୀ, ଗାମୁଣ୍ଡି , ବେଲଗୁଣ୍ଠା ଏବଂ ଗ୍ୟାଲେରୀ ଗ୍ରାମର ଅନେକ ଜନସାଧାରଣଙ୍କ ଘର ର କବାଟ ଏବଂ ଗ୍ରିଲ କୁ ଶାବଳ ରେ ଭାଙ୍ଗି ଚୋରି କରୁଥିବା ବେଲଗୁଣ୍ଠା ଗ୍ରାମର ସୁଦର୍ଶନ ବେହେରା ଓ ବାଉଁଶଲୁଣ୍ଡି ଗ୍ରାମର ବଳରାମ ନାୟକ ନାମକ ଦୁଇ ଆସାମୀ କୁ ଆଜି ଗିରଫ କରାଯାଇଛି।
ଭଞ୍ଜନଗର ବାଗଦେବି ରୋଡ଼ କୁମୁଦିନୀ ବିହାରର ରହୁଥିବା ସ୍ଵାଧୀନ ବେହେରା ଙ୍କ ପୁର୍ବ ୨୧/୦୭/୨୦୨୪ ର ଅଭିଯୋଗ କ୍ରମେ ଦୁଇ ଆସାମୀ ଯଥା ବଳରାମ ନାୟକ ଓ ସୁଦର୍ଶନ ବେହେରା କୁ ଆଜି ଗିରଫ କରି ଭଞ୍ଜନଗର ପୋଲିସ୍ କେସ୍ ନମ୍ବର ଓ ଅସ୍ତ୍ର ଆଇନ ଅନୁସାରେ କୋର୍ଟ ଚାଲାଣ କରା ଯାଇଛି ।ଆସାମୀ ବଳିଆ ନାୟକ ଙ୍କ ଠାରୁ ୨୧୯୦୦ ଟଙ୍କା ଏବଂ ସୁଦର୍ଶନ ବେହେରା ଙ୍କ ଠାରୁ ୪୫୦୦ ଟଙ୍କା ଜବତ କରିବା ସହ ଗୋଟିଏ ଶାବଳ, ଖଣ୍ଡା ଏବଂ ଗୋଟେ ନିହାଣ ଓ ଅନ୍ୟାନ ଜିନିଷ ଜବତ କରାଯାଇଛି।