କାର୍ଯ୍ୟ ରେ ଯୋଗଦେଲେ ଜଗତସିଂହପୁର ର ନୂଆ ଜିଲ୍ଲାପାଳ ଜେ ସୋନାଲ

5

ଜଗତସିଂହପୁର, ତା09.08.24ରିଖ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟ ରେ ଯୋଗଦେଇଛନ୍ତି ଶ୍ରୀ ଜେ ସୋନାଲ,ଭା ପ୍ର ସେ। 2018 ବ୍ଯାଚ ର ଆଇ ଏ ଏସ୍ ଶ୍ରୀ  ସୋନାଲ ପୂର୍ବରୁ ଜିଲ୍ଲାପାଳ ଦାୟିତ୍ଵ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ୱୀପ) ଶ୍ରୀ ଲଲିତ ମୋହନ ବେହେରା, ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଏବଂ ଜିଲ୍ଲା ର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ନୂତନ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ଶ୍ରୀ ସୋନାଲ ପୂର୍ବରୁ ବୌଦ୍ଧ ଜିଲ୍ଲା ର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।

ଜଗତସିଂହପୁର ଜିଲ୍ଲା ର ପୂର୍ବତନ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଗତ ଜୁଲାଇ 18 ତାରିଖ ରେ ମୁଖ୍ଯମନ୍ତ୍ରୀ ଙ୍କର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲେ । ଆଜି ନୂତନ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କାର୍ଯ୍ୟ ରେ ଯୋଗଦେଇଛନ୍ତି।କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଜିଲ୍ଲାପାଳ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳାଙ୍କୁ ଦର୍ଶନ କରିଥିଲେ।

Leave A Reply

Your email address will not be published.