ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେର୍ମେଲାବାହାଲ ଠାରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଥିଲେ । ରାଜବୋଡ଼ାସମ୍ବର ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ରାଜେନ୍ଦ୍ର କୁମାର ରାଉତ, ବିଞ୍ଝାଲ ସମାଜ ଲାଟ୍ ସଭାପତି ହୃଷିକେଶ ବରିହା, ବିଞ୍ଝାଲ ସଭାପତି ଜବାହରଲାଲ ସିଂ ବରିହା, କନ୍ଧ ସମାଜ ସଭାପତି ରାଧେଶ୍ୟାମ ଷାଣ୍ଢ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିଞ୍ଝାଲ ସମାଜ, ଗୋଣ୍ଡ ସମାଜ, ସହରା ସମାଜ, କନ୍ଧ ସମାଜ ଓ ବନ୍ଜାରା ସମାଜ ର ଶହସ୍ରାଧିକ ଆଦିବାସୀ ମାନେ ଯୋଗ ଦେଇଥିଲେ। କିଛିଦିନ ତଳେ ମହୁଲପାଲି ନଦୀ ରେ ଭାସି ଯାଉଥିବା ଜଣେ ବାଳକ କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଥିବା ଜଣେ ଆଦିବାସୀ ଛାତ୍ର ସୋମଶକ୍ତି ବରିହା ଓ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଆାଦିବାସୀ ଛାତ୍ରୀ ଯଶୋବନ୍ତୀ ବାଗ ଙ୍କୁ ସମ୍ମାନିତ କରାଯାଇଥିଲା। ସହଦେବ ଧରୁଆ, ଲକ୍ଷ୍ମଣ ସିର୍ଦାର୍, ଶୋଭାରାମ ଧରୁଆ, ମଙ୍ଗଲ ସିଂ ସିର୍ଦାର୍ ରଘୁ ନନ୍ଦନ ଦେଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.