ହିଣ୍ଡାଲକୋର ବାଫିଲମାଳି ବକ୍ସାଇଟ ଖଣିକୁ ସମ୍ମାନଜନକ ୫ ଷ୍ଟାର୍‍ ରେଟିଂ ପୁରସ୍କାର

5

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ୫ ଷ୍ଟାର୍‍ ରେଟିଂ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଉଲ୍ଲେଖନୀୟ ସମ୍ମାନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡି ଏବଂ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଦୁବେ ପ୍ରଦାନ କରିଥିଲେ ।
୫ ଷ୍ଟାର ରେଟିଂ ପୁରସ୍କାର ସାମାଜିକ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ଖଣିର ଉଦାହରଣଯୋଗ୍ୟ ପ୍ରଦର୍ଶନ, ପରିବେଶ କ୍ଷେତ୍ରରେ ନେତୃତ୍ୱ ନେବା, ବୈଷୟିକ ଏବଂ ବୈଜ୍ଞାନିକ ଉତ୍କର୍ଷ ଏବଂ ଦୀର୍ଘସ୍ଥାୟୀ ଭାବରେ ଜମି ବ୍ୟବହାରର ଏକ ନିଦର୍ଶନ ହୋଇଛି । ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ (ଆଇବିଏମ୍‍) ପକ୍ଷରୁ ପୂର୍ଣ୍ଣାଙ୍ଗ ମୂଲ୍ୟାୟନ ପରେ ଏହି ପୁରସ୍କାର ଅନୁମୋଦନ କରାଯାଇଥିଲା, ଯେଉଁଥିରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ରିଟର୍ଣ୍ଣ, ରେକର୍ଡପତ୍ର ଏବଂସଫଳତା ଆଦି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।
ଆଇବିଏମ୍‍ ଏବଂ ଖଣି ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଏକଦିବସୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯାହା ସମଗ୍ର ଦେଶରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣିଗୁଡିକୁ ସ୍ୱୀକୃତି ଦେବା ନିମନ୍ତେ ଡିଜାଇନ କରାଯାଇଥିଲା । ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ମଧ୍ୟ ତାହାର ଭୁସର ଏବଂ ସମରି ବକ୍ସାଇଟ ଖଣି ନିମନ୍ତେ ଦୁଇଟି ଅତିରିକ୍ତ ୫ ଷ୍ଟାର୍‍ ପୁରସ୍କାର ହାସଲ କରିଥିଲା, ଯାହା ଭାରତର ବିଭିନ୍ନ ସ୍ଥାନରେ ଦାୟିତ୍ୱସମ୍ପନ୍ନ ଖଣି କାର୍ଯ୍ୟ ପରିଚାଳନା କରିବାରେ କମ୍ପାନୀର ନେତୃତ୍ୱ ଉପରେ ଆଲୋକପାତ କରିଥିଲା ।
ହିଣ୍ଡାଲକୋ ଅଧୀନରେ ସର୍ବବୃହତ ଖଣି କାର୍ଯ୍ୟ ମଧ୍ୟରେ ବାଫିଲମାଳି ଖଣି ବକ୍ସାଇଟ ଉତ୍ପାଦନ, ଭୂମି ପୁନଃବ୍ୟବହାରଯୋଗ୍ୟ କରିବା ଓ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହାର ମଜଭୁତ କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ (ସିଏସ୍‍ଆର) ପ୍ରୟାସସମୂହ ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସ ନିମନ୍ତେ ପ୍ରତିବଦ୍ଧତା ଏହି ଶିଳ୍ପରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।
ଏହି ସମ୍ମାନଜନକ ପୁରସ୍କାର ଶ୍ରୀ ବ୍ରିଜେଶ ଝା, ବକ୍ସାଇଟ ହେଡ୍‍, ଶ୍ରୀ ବିଜୟ ଚୌହାନ, ମାଇନ୍ସ ହେଡ୍‍ ଏବଂ ଶ୍ରୀ କେ.ସି.ଜ୍ୟୋତିଷି, ଜିଓଲୋଜି ହେଡ୍‍, ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଗ୍ରହଣ କରିଥିଲେ । ଏହି ସ୍ୱୀକୃତ ଖଣି କାର୍ଯ୍ୟ ପରିଚାଳନା ଏବଂ ଦୀର୍ଘସ୍ଥାୟୀ ବିକାଶ ତଥା ଗୋଷ୍ଠୀ କଲ୍ୟାଣ ଦିଗରେ ହିଣ୍ଡାଲ୍‍କୋର ଦୃଢ ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି ।

Leave A Reply

Your email address will not be published.