କାଶୀପୁର ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ୱ ଆଦିବାସୀ ଦିବସ ପାଳନ।

5

 ରାୟଗଡା ରୁ ବୈକୁଣ୍ଠ ଦୁରିଆ _ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ ଅଞ୍ଚଳରେ ଆଜି ଜାତିସଙ୍ଘ ମାନ୍ୟତା ଅଗଷ୍ଟ ତା ୯ ରିଖ କୁ ବିଶ୍ୱ ଆଦିବାଦୀ ଦିବସ ଭାବେ ପାଳନ କରାଯାଇଛି। ଏହି ପରିପେକ୍ଷୀ ରେ କାଶୀପୁରବ୍ଲକ ସଦର ଚେତକ ବ୍ଲକ ଠାରେ ଅଞ୍ଚଳର ଶିକ୍ଷିତ ଆଦିବାସୀ ଯୁବକ ମାନେ ଅନୁଷ୍ଠାଣିକ ଭାବେ ବିଶ୍ୱ ଆଦିବାସୀ ଦିବସ ଅବସରକୁ ବହୁ ଆଡମ୍ବର ସହ ପାଳନ କରିଥିଲେ । ଏହି ଅବସରରେ ମୁଖ୍ୟ ଅଥିତି ଭାବେ କାଶୀପୁର ବ୍ଲକ ଅଧିକାରୀ ଶ୍ରୀ ଅମୃତ ରାଉଳ,କାଶୀପୁର ତହସିଲଦାର ଶ୍ରୀ ସୁନୀଲ କୁମାର ପ୍ରଧାନ, କାଶୀପୁର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୂର୍ଯ୍ୟପ୍ରକଶ ନାଏକ ମଞ୍ଚଆସିନ ହୋଇଥିଲେ । ଏହିପରି ମୁଖ୍ୟ ବକ୍ତା ଭାବେ ବୋରିଷ୍ଟ ରାଜନେତା ତଥା ସମାଜସେବୀ ଶ୍ରୀ ଯୋଗଦୀଶ ପାତ୍ର, ସମାଜସେବୀ ବିଶ୍ୱମ୍ବର ନାଏକ,ଆଇନଜୀବୀ ରାଶି ମାଝୀ,ପୂର୍ବତନ ସରପଞ୍ଚ ଜୟ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ଉପସ୍ଥିତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ବାବା ସାହେବ ଡା. ଆମ୍ବେଦକର,ସହିଦ ଲକ୍ଷ୍ମାଣ ନାଏକ,ଧର୍ତ୍ତୀ ଆବ୍ବା ବିର୍ଷାମୁଣ୍ଡା, ସ୍ବର୍ଗୀୟ ଶ୍ରୀ କାର୍ମୁ ମାଝୀ ଭଳି ଅନେକ ମହାପୁରୁଷଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ପୂଜାର୍ଚ୍ଛନା କରିଥିଲେ।

ଉପସ୍ଥିତ ଅତିଥି ମାନେ ବିଶ୍ୱ ଆଦିବାସୀ ଦିବସର ପ୍ରମୁକ୍ଷ ଉଦେଶ୍ୟ ଓ ଏହାର ଏକ ସ୍ୱତନ୍ତ୍ର ଭିତିଭୂମି କୁ ପୁଙ୍ଖାନୁପୁଙ୍ଖ ଭାବେ ନିଜ ନିଜ ବକ୍ତବ୍ୟ କ୍ରମେ ଆଲୋକପାତ କରିଥିଲେ ଏବଂ ବିଶ୍ୱର ପ୍ରତିଟି କୋଣରେ ଆଦିମ ବାସୀ ଅର୍ଥାତ ଆଦିବାସୀ ଜନଜାତି ବସବାସ କରିଛି,କିନ୍ତୁ ସେମାଙ୍କର ସଂସ୍କୃତି,ପରମ୍ପରା ଆଜି ପାଶ୍ଚାତ୍ୟ ଯୁଗରେ କ୍ଷ୍ୟୁର୍ଣ କରାଯାଉଛି। ଆଦିବାସୀଙ୍କ ମୌଳିକ ଅଧିକାର, ସେମାନଙ୍କ ଶିକ୍ଷା,ସ୍ୱାସ୍ଥ୍ୟ ଓ ଆର୍ଥିକ ପରିସ୍ଥିତି କିପରି ସୁଦୃଢ ହେବ ଏବଂ ତାଙ୍କ କଳା, ସଂସ୍କୃତି,ଭାଷା, କୃଷି ଭଳି ବିଭିନ୍ନ ବିଷୟକୁ କେଉଁ ଭଳି ଜୀବିତ ରଖାଯାଇ ପାରିବ ଏହାରି ବିଷୟରେ ଆଲୋକପାତ କରାଯାଇ ଥିଲା।

ଏହି ଅବସରରେ ବହୁସଂଖ୍ୟାରେ ଅଂଚଳରୁ ମାଣ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମଟିକୁ ଶ୍ରୀ କାଳୁ ମାଝୀ ସୁପରିଚାଳନା କରିଥିବା ବେଳେ,ମହେଶ୍ୱର ମାଝୀ,ରାମ ମାଝୀ,ଜୟଚନ୍ଦ୍ର ମାଝୀ,ସୁନାସିଂ ମାଝୀ,ମଦନ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.