ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ।: .ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ମହୁଲବରେଇ ଗ୍ରାମ ସ୍ଥିତ ପାଲବିହାର ଠାରେ ଥିବା ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯାତୀୟସେବା ଯୋଜନା ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ତତ୍ୱାବଧାନରେ ହୋଇଥିବା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଟିକୁ ବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମାନସ କୁମାର ପତି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ସତ୍ୟସାଇ ସେବା ସଂସ୍ଥାର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ସରୋଜ କୁମାର ଦାସ ଏବଂ ସମ୍ମାନୀୟ ଅତିଥି ଭାବେ ମୟୂରଭଞ୍ଜ ଜାତୀୟ ସେବା ଯୋଜନା ଶାଖାର ଏଡିପିଓ ଅଧ୍ୟାପକ ଶ୍ରୀ ଯୁକ୍ତ ମନୋଜ କୁମାର ଦାଶ ପ୍ରମୁଖ ଯୋଗ ଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏକ ନିରୁପିତ ସ୍ଥାନର ଚାରିପଟେ ବାଡ଼ ଦେଇ ବିଭିନ୍ନ ପ୍ରକାର ଫୁଲ ଓ ଫଳ ବୃକ୍ଷ ରୋପଣ କରାଯାଇ ଥିବା ବେଳେ ପରବର୍ତ୍ତୀ ସମୟରେ ପୁନର୍ବାର ଫୁଲ ଓ ଫଳ ବୃକ୍ଷ ରୋପଣ କରିବାର କାର୍ଯକ୍ରମ ରହିଛି।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଦ୍ଭିଦ ବିଜ୍ଞାନ ର ଅଧ୍ୟାପକ ସତ୍ୟବ୍ରତ ମାଇତି, ଅଧ୍ୟାପକ ବିଜୟ କୁମାର ଗିରି, ସୁବୋଧ କୁମାର ବେହେରା, ଦୀପକ କୁମାର ଦାସ,ଗୃହ ବିଜ୍ଞାନ ବିଭାଗ ର ଅଧ୍ୟାପିକା ସୁଜାତା ପଟ୍ଟନାୟକ ଅଧ୍ୟାପିକା ଚନ୍ଦ୍ରାବତୀ ମହାପାତ୍ର,ପ୍ରଗତି ରାଣୀ ପାଇକରାୟ ଙ୍କ ସହିତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.