ଝାରସୁଗୁଡ଼ା, ୯ ଅଗଷ୍ଟ ୨୦୨୪: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ଝାରସୁଗୁଡ଼ା କାର୍ଯ୍ୟକ୍ଷେତ୍ରରେ ସ୍ଥାୟୀ ଶକ୍ତି ଅଭ୍ୟାସ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । ଭାରତର ସବୁଜ ଶକ୍ତି ଲକ୍ଷ୍ୟ ଅନୁଯାୟୀ, କମ୍ପାନି ଏହାର ଶକ୍ତି ମିଶ୍ରଣରେ ଜୈବ ଇନ୍ଧନକୁ ସମନ୍ବିତ କରିବା ଜାରି ରଖିଛି ଏବଂ ଏହାର ସ୍ଥାୟିତ୍ଵ ଅଭିଯାନକୁ ଆଗକୁ ବଢ଼ାଉଛି। ପାରମ୍ପରିକ ଜୀବାଶ୍ମ ଇନ୍ଧନର ଏକ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ବିକଳ୍ପ ଭାବରେ ଅଣ-ଜୀବାଶ୍ମ ଇନ୍ଧନର ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୦ ତାରିଖରେ ଜୈବ ଇନ୍ଧନ ଦିବସ ପାଳନ କରାଯାଉଛି I ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ଏବଂ ଶକ୍ତି ନିରାପତାକୁ ପ୍ରୋତ୍ସାହିତ କରିବାରେ ଜୈବ ଇନ୍ଧନର ଭୂମିକା ଉପରେ ଏହି ଦିବସ ଆଲୋକପାତ କରୁଛି।
୨୦୨୩-୨୪ ଆର୍ଥିକ ବର୍ଷରେ ବେଦାନ୍ତ ଝାରସୁଗୁଡ଼ା ଏହାର କ୍ୟାପ୍ଟିଭ ପାୱାର ପ୍ଲାଟ୍ (ସିପିପି)ରେ ୩୧୭ ମେଟ୍ରିକ୍ ଟନ୍ ବାୟୋମାସ୍ ଉତ୍ପାଦନ କରି ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏହି ପଦକ୍ଷେପ ଫଳରେ ଟନ୍ ପିଛା ୩୮୨ ମେଟ୍ରିକ୍ ଟନ୍ ସିଓ୨ ସମକକ୍ଷ (ଟିସିଓ୨ଇ) ହ୍ରାସ ପାଇଛି ଯାହା ଅଭିନବ ଶକ୍ତି ସମାଧାନ ମାଧ୍ୟମରେ ଏହାର କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବା ପାଇଁ କଂପାନିର ସମର୍ପଣକୁ ଦର୍ଶାଉଛି।
ବେଦାନ୍ତ ଝାରସୁଗୁଡ଼ା ମଧ୍ୟ ଏହାର କାର୍ଯ୍ୟରେ ଇଲେକ୍ଟ୍ରିକ୍ ଯାନ (ଇଭି) ଫୋର୍କଲିଫ୍ଟ ନିୟୋଜିତ କରି ଶକ୍ତି ସଂରକ୍ଷଣ ପାଇଁ ପ୍ରୟାସ କରୁଛି । ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସାମଗ୍ରିକ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ପାଇଁ ବିଦ୍ୟୁତକରଣ ଦିଗରେ ଏହି ପଦକ୍ଷେପ ଏକ ବ୍ୟାପକ ରଣନୀତିର ଅଂଶ ବିଶେଷ । ଏହାବ୍ୟତୀତ, ଆମର କମ୍ କାର୍ବନ ଏବଂ ଅଲଟ୍ରା-ଲୋ କାର୍ବନ ଗ୍ରିନ୍ ଆଲୁମିନିୟମ୍ ଅକ୍ଷୟ ଶକ୍ତି ବ୍ୟବହାର କରି ଉତ୍ପାଦନ କରାଯାଉଥିବା ରେଷ୍ଟୋରା ଏବଂ ରେଷ୍ଟୋଆ ଅଲ୍ଟ୍ରା ନିରନ୍ତର ଆଲୁମିନିୟମ ଉତ୍ପାଦନ ପାଇଁ ଶିଳ୍ପରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି।
ବେଦାନ୍ତ ଆଲୁମିନିୟମର ସିଓଓ ତଥା ବେଦାନ୍ତ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁମ୍ଫା କହିଛନ୍ତି ଯେ, “ ସ୍ଥାୟିତ୍ବ ପ୍ରତି ଆମ ପ୍ରତିବଦ୍ଧତା ଆମକୁ ସବୁଜ ଶକ୍ତି ବିକଳ୍ପଗୁଡ଼ିକୁ ନିରନ୍ତର ଅନୁସନ୍ଧାନ ଏବଂ ଗ୍ରହଣ କରିବାକୁ ପ୍ରେରଣା ଦେଉଛି। ଆମର ପାୱାର ପ୍ଲାଣ୍ଟରେ ବାୟୋମାସକୁ କୋ-ଫାୟାରିଂ କରି ଆମେ କେବଳ ପାରମ୍ପରିକ ଜୀବାଶ୍ମ ଇନ୍ଧନ ଉପରେ ଆମର ନିର୍ଭରଶୀଳତା ହ୍ରାସ କରୁନାହୁଁ ବରଂ ଆମର ଗ୍ରିନହାଉସ୍ ଗ୍ୟାସ ନିର୍ଗମନକୁ ମଧ୍ୟ ଯଥେଷ୍ଟ ହ୍ରାସ କରୁଛୁ । ୨୦୫୦ ସୁଦ୍ଧା ନିଟ୍-ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିବା ପାଇଁ ଆମର ବ୍ୟାପକ ରଣନୀତିର ଏହି ପ୍ରୟାସ ଏକ ଗୁରୁତ୍ବପୂର୍ଣ ଉପାଦାନ।
ବେଦାନ୍ତ ଆଲୁମିନିୟମ କେବଳ ଭାରତର ଶକ୍ତି ରୂପାନ୍ତରଣରେ ଯୋଗଦାନ କରୁନାହିଁ ବରଂ ଏକ ଅଧିକ ପ୍ରାୟୀ ଏବଂ ସ୍ଥିର ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରୁଛି । ସ୍ଥାୟୀତା ପାଇଁ କମ୍ପାନିର ସାମଗ୍ରିକ ଆଭିମୁଖ୍ୟ ଭବିଷ୍ୟତ ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବା ସହିତ ଏହାର ଅଂଶୀଦାରମାନଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବାକୁ ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ବେଦାନ୍ତ ଲିମିଟେଡର ବ୍ୟବସାୟ ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ, ଯାହା ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଆଲୁମିନିୟମର ଅଧାରୁ ଅଧିକ ଅର୍ଥାତ୍ ୨.୩୭ ନିୟୁତ ଟନ୍ ଉତ୍ପାଦନ କରିଛି। ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦରେ ଅଗ୍ରଣୀ ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ବପୂର୍ଣ୍ଣ ବ୍ୟବହାରରେ ଲାଗୁଛି। ବେଦାନ୍ତ ଆଲୁମିନିୟମ ଶିଳ୍ପ
ପାଇଁ ଏସ୍ ଆଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଟ୍ ୨୦୨୩ ବିଶ୍ଵ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି, ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ପଦ୍ଧତିର ପ୍ରତିଫଳନ। ଭାରତରେ ଏହାର ବିଶ୍ବସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ବିଶୋଧନାଗାର ଏବଂ ପାୱାର ପ୍ଲାଣ୍ଟ ସହିତ, କମ୍ପାନି ଏକ ସବୁଜ ଭବିଷ୍ୟତ ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ପୂରଣ କରୁଛି ।