ବାସୁଦେବପୁରର : ବାସୁଦେବପୁରର ଭ୍ରାମ୍ୟମାଣ ଲୋକନାଥ ପାଠାଗାର ପକ୍ଷରୁ ଆଜି ଜାତୀୟ ପୁସ୍ତକପ୍ରେମୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବେତଡା ଉତ୍କଳମଣି ଗୋପବନ୍ଧୁ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ଓଡ଼ିଆ ଅଧ୍ୟାପକ ବେଣୁଧର ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଶିକ୍ଷାବିତ୍ ସୁଧାଂଶୁ ଶେଖର ମିଶ୍ର ଓ ଡ ବସନ୍ତ କୁମାର ଦାସ ଯୋଗ ଦେଇ ବିଦ୍ୟାର୍ଥୀମାନଙ୍କୁ ପୁସ୍ତକ ସହିତ ଆମର ସଂପର୍କ କେତେ ନିବିଡ ସେ ସମ୍ପର୍କରେ ମାର୍ଗଦର୍ଶନ କରାଇଥିଲେ।ପାଠାଗାରର ସମ୍ପାଦକ ବିକାଶ କୁମାର ଶତପଥୀ ଉପସ୍ଥିତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ନିଃଶୁଳ୍କ ପୁସ୍ତକ ପଠନ କରିବା ପାଇଁ ଯୋଗାଇଦେଇଥିବା ବେଳେ ମୋବାଇଲ ଅଧିକ ସମୟ ବ୍ୟବହାର କରିବାରୁ ନିବୃତ ରହିବା ପାଇଁ ପରାମର୍ଶ ଦେଇଥିଲେ।ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପିକା କାନ୍ତାରାଣୀ ଦାଶ ଅତିଥିମାନଙ୍କ ର ପରିଚୟ ପ୍ରଦାନ କରିଥିବା ବେଳେ ବ୍ୟାକରଣ ବିଭାଗର ଅଧ୍ୟାପିକା ସସ୍ମିତା ଦାଶ ସ୍ବାଗତ ଭାଷଣ ଓ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବ୍ୟାକରଣ ବିଭାଗର ଅଧ୍ୟାପକ ବ୍ରଜମୋହନ ଦାଶ ବେଦପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post