ଭୁବନେଶ୍ୱର, ୮ ଅଗଷ୍ଟ: ମୁମ୍ବାଇ ଠାରେ ଆୟୋଜିତ ମିସ୍ ଆଣ୍ଡ ମିସେସ୍ ରୟାଲ ଗ୍ଲୋବାଲ କୁଇନ୍ ୨୦୨୪ ଏବଂ ରୟାଲ ଗ୍ଲୋବାଲ୍ ଆଚିଭର୍ ଆୱାର୍ଡର ୪ର୍ଥ ସଂସ୍କରଣର ସୁନ୍ଦରୀ ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍)ର ଫ୍ୟାକଲ୍ଟି ଡକ୍ଟର ଦୀପିକା ଯାଦବ ‘ମିସେସ୍ ରୟାଲ୍ ଗ୍ଲୋବାଲ କୁଇନ୍ ୨୦୨୪ କନ୍ଫିଡେଂଟ’ ଏବଂ ‘ରୟାଲ୍ ଗ୍ଲୋବାଲ୍ କୁଇନ୍ ଅଫ୍ ଇଣ୍ଡିଆ ୨୦୨୪’ ଟାଇଟଲ୍ ହାସଲ କରି ବିଜୟିନୀ ହୋଇଛନ୍ତି ।
ଆଇଡିଏସ୍ର କନ୍ଜରଭେଟିଭ୍ ଡେଂଟିଷ୍ଟ୍ରି ଆଣ୍ଡ ଏଣ୍ଡୋଡନ୍ଟିକ୍ସ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଯାଦବ ଅଗଷ୍ଟ ୩ ଏବଂ ୪ରେ ମୁମ୍ବାଇ ସ୍ଥିତ କ୍ଲବ ଏମରାଲ୍ଡ ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ଏହି ପ୍ରତିଯୋଗିତାରେ ଭାରତ, ବାଂଲାଦେଶ, କାନାଡା, ସିଂଗାପୁର, ମାଲେସିଆ, ୟୁଏଇ, କୁଏତ୍, ବାହାରିନ୍, ଶ୍ରୀଲଙ୍କା ଏବଂ ନେପାଳର ପ୍ରତିଯୋଗୀମାନେ ସାମିଲ ହୋଇଥିଲେ । ପ୍ରତିଯୋଗୀମାନେ ଏକତା, ଭଲ ପାଇବା ଏବଂ ସଦ୍ଭାବନାକୁ ପ୍ରତିପାଦିତ କରିବା ସହ ବିବିଧ ସାଂସ୍କୃତିକ ଏବଂ ଧାର୍ମିକ ପରମ୍ପରାକୁ ଉଜ୍ଜୀବିତ କରିଥିବାର ଦେଖାଦେଇଥିଲା ।
ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତା ଆମିର ଅଲ୍ଲୀ ମଲ୍ଲିକ, ଅଲ୍ଲୀ ଖାନ୍, ଜ୍ୟୋତି ଯାଦବ, କ୍ରାମିକ୍ ଯାଦବ ଓ ତାହିର କମାଲ ଖାନ୍ ଯୋଗ ଦେଇଥିଲେ ।
ପ୍ରତିଯୋଗିତାରେ ଚେହେରା, ଉଚ୍ଚତା, ବୟସ ଓ ଓଜନ ବ୍ୟତିରେକେ ମହିଳାମାନଙ୍କର ଅନ୍ତରୀଣ ଦୃଢ଼ତା ଏବଂ ସୌନ୍ଦର୍ୟକୁ ସମ୍ମାନ ଦିଆଯାଇଥିଲା ।
Sign in
Sign in
Recover your password.
A password will be e-mailed to you.