ରୋଟାରି କ୍ଲବ ଭଞ୍ଜନଗର ର ବିଶ୍ୱ ସ୍ତନ୍ୟ ପାନ ସଚେତନ କାର୍ଯ୍ୟକ୍ରମ

6

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଅଗଷ୍ଟ ପହିଲାରୁ ସାତ ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଉଥିବାବେଳେ ଆଜି ଭଞ୍ଜନଗର ରୋଟାରି କ୍ଲବ ସଭାପତି ରୋଟାରିଆନ ବସନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତା ଏକ ସ୍ତନ୍ୟପାନ ସଚେତନତା କାର୍ଯ୍ୟକ୍ରମ ବେଲଗୁଣ୍ଠା ସରକାରୀ ଡାକ୍ତରଖାନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି I ଏହୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ରୂପେ ଡାକ୍ତର ଦୀକ୍ଷିତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେମହିଳା ସ୍ୱାସ୍ଥ୍ୟକର୍ମୀ ବବିତା ପତି,ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ମାନସୀ ଦାସ ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ସ୍ତନ୍ୟପାନର ଉପାଦେୟତା ବିଷୟରେ ସଚେତନ କରାଇଥିଲେ I ଏହି କାର୍ଯ୍ୟକ୍ରମରେ ପୂର୍ବତନ କ୍ଲବ ସଭାପତି ରୋଟାରିଆନ ଭି ଦେବୀ ପ୍ରସାଦ ପାତ୍ର,ରୋଟାରିଆନ ମଧୁସୂଦନ ମହାପାତ୍ର, ରୋଟାରିଆନ ସିଏଚ୍ ସନତ କୁମାର ସୁବୁଦ୍ଧି,ରୋଟାରିଆନ ରଞ୍ଜିତ କୁମାର ବାରିକ,ରୋଟାରିଆନ ସୁଧିର ପାଣିଗ୍ରାହୀ,ରୋଟାରିଆନ ସିଏଚ୍ ସନ୍ତୋଷ କୁମାର ପାତ୍ର,ରୋଟାରିଆନ ପବିତ୍ର କୁମାରପ୍ରଧାନ,ରୋଟାରିଆନ ମହେନ୍ଦ୍ର କୁମାର ମହାରଣା, ରୋଟାରିଆନ ଦିଲୀପ କୁମାର ରାଜୁ ପ୍ରମୁଖ ଉପସ୍ଥିତ ଥିଲେ I ରୋଟାରିଆନ ସୁଶାନ୍ତ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ ଏବଂ ୫ଜଣ ନବଜାତ ଶିଶୁଙ୍କ ବ୍ୟବହାର ଜିନିଷ ଶିଶୁମାନଙ୍କ ମାଆମାନଙ୍କୁ ଉପହାର ଭାବେ ସଭାପତି ଶ୍ରୀ ପାତ୍ର ପ୍ରଦାନ କରିଥିଲେ I କ୍ଲବ ସମ୍ପାଦକ ରୋଟାରିଆନ ଜେ ବିଶ୍ୱଜିତ୍ ପୃଷ୍ଟି ଧନ୍ୟବାଦ ଜ୍ଞାପନ କରିଥିଲେ I

Leave A Reply

Your email address will not be published.