ଯବାନଙ୍କ ପାଇଁ ଛାତ୍ରୀ ପଠାଇଲେ ଦୁଇହଜାର ରାକ୍ଷୀ

5

କଳାହାଣ୍ଡି ଜିଲ୍ଲା ରୁ ରୋହିତ କୁମାର ନାଏକ/ଶାସକ ପ୍ରଶାସକ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶାସ୍ତ୍ରିଜୀ ମହିଳା ବିଦ୍ୟା ନିକେତନର ଛାତ୍ରୀମାନଙ୍କ ନିଆରା ପଦକ୍ଷେପ ଭାଇ ଏବଂ ଭଉଣୀ ମଧ୍ୟରେ ଯେଉଁ ନିଆରା ସମ୍ପର୍କକୁ ଆହୁରି ମଜବୁତ କରି ଗଢି ତୋଳେ ରାକ୍ଷୀର ବନ୍ଧନ। ଭଉଣୀ ହାତରୁ ରାକ୍ଷୀଟିଏ ପିନ୍ଧିଦେଲା ପରେ ଭଉଣୀର ସୁରକ୍ଷା ପାଇଁ ଭାଇ ହୁଏ ପ୍ରତିଶୃତିବଦ୍ଧ। ତେବେ ଦେଶର ସୀମାରେ ନିଜ ଜୀବନକୁ ବାଜି ଲଗାଇ ଦେଶ ସୀମାର ସୁରକ୍ଷା କରୁଥିବା ଯବାନମାନେ ନିଜ ଘର, ପରିବାରଠୁ ଦୂରରେ ଥାଇ ଦେଶମାତୃକାର ସେବା କରୁଛନ୍ତି। ସେମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଶାସ୍ତ୍ରିଜୀ ମହିଳା ବିଦ୍ୟା ନିକେତନର ଛାତ୍ରୀମାନେ ନେଇଛନ୍ତି ନିଆରା ପଦକ୍ଷେପ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଅଧ୍ୟାପିକା ହିମାନ୍ଦ୍ରି ମହାରଣା ଓ ସହଯୋଗ ରେ ଜୋତିର୍ମୟୀ ବେହେରା ଥିଲେ ! ଭାରତୀୟ ସୀମାରେ ନିୟୋଜିତ ଥିବା ଯବାନମାନଙ୍କ ପାଇଁ ନିଜ ହାତରେ ତିଆରି କରି ପଠାଇଛନ୍ତି ଦୁଇହଜାର ରାକ୍ଷୀ। ଏହା ପ୍ଲାଷ୍ଟିକ ମୁକ୍ତ ହୋଇଥିଲାବେଳେ ସମ୍ପୁର୍ଣ ସୂତା ରେ ନିର୍ମିତ। ନିଜ ପରିବାର ମା ଭାଇ ଭଉଣୀ ମାନଙ୍କ ଠାରୁ ଦୂର ରେ ରହି ଦେଶ ର ସରହଦ ର ସୁରକ୍ଷା କରୁଥିବା ଯବାନ ମାନଙ୍କ ପାଇଁ ଆତ୍ମୀୟତା ବୋଧ ଜାଗୃତ କରିବା ଉଧ୍ୟେଷ ରେ ଏହା ଏକ ଛୋଟ ପ୍ରୟାସ ବୋଲି ନିକେତନ ପକ୍ଷରୁ ଅଧ୍ୟକ୍ଷା ନମିତା ସାହୁ ପ୍ରକାଶ କରିଛନ୍ତି,ଯାହାକି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

 

Leave A Reply

Your email address will not be published.