ଲଗାଣ ବର୍ଷାରେ କହ୍ନେଇମୁଣ୍ଡା ବ୍ରିଜ ବାୟପାସ ରାସ୍ତା ଭାଙ୍ଗିଲା ଇନ୍ଦ୍ରାବତୀ – ନବରଙ୍ଗପୁର ସଡ଼କ ଯୋଗାଯୋଗ ବିଚ୍ଛିନ୍ନ।

6

ଇନ୍ଦ୍ରାବତୀ, ନବରଙ୍ଗପୁର 07.08.2024,କୃପାନିଧି ରାଉତ:  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚୟତ ଅନ୍ତର୍ଗତ କନ୍ନହେଇମୁଣ୍ଡା ଗ୍ରାମ ଠାରେ ବ୍ରିଜ ନିର୍ମାଣ ଚାଲିଛି, ଯାହାର ଖର୍ଚ୍ଚ ଅଟକଳ ମୂଲ୍ୟ ୪ କୋଟି ଟଙ୍କା ଧାର୍ଯ୍ୟକରା ଯାଇଛି । ବ୍ରିଜ ନିର୍ମାଣ ଚାଲିଥିବା ବେଳେ ଗତ କାଲି ଠାରୁ ଲଗାଣ ବର୍ଷାରେ ଅସ୍ଥାୟୀ ବାଇପାସ ରାସ୍ତା ସମ୍ପୂର୍ଣ ଧୋଇ ହୋଇଯିବାରୁ ସମସ୍ତ ଯାନବାହାନ ଯାତାୟତ ବନ୍ଦ ରହିଛି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଆମ୍ବୁଲାନ୍ସ , ରନ୍ଧନ ଗ୍ୟାସ ସିଲିଣ୍ଡର ବୋଝେଇ ଯାନ,ଯାତ୍ରୀ ବାହି ବସ୍ , ଅଟୋ , ଭାରୀ ଯାନ ଇତ୍ୟାଦି ଅଟକି ରହିଛି। ଏହି ଅସ୍ଥାୟୀ ବାଇପାସ୍ ରୋଡ ବିଷୟରେ (P W D ) ପୂର୍ତ୍ତ ବିଭାଗ ଯନ୍ତ୍ରୀ ମନୋରଞ୍ଜନ ସାହୁ ଙ୍କୁ ପଚାରିବାରୁ ବାଇପାସ ରାସ୍ତା ପାଇଁ ଅଲଗା ଅଧିକା ବଜେଟ ନାହିଁ । ଠିକାଦାର ରଞ୍ଜନ କୁମାର ସାହୁ ( RBS) ନିଜ ଖର୍ଚ୍ଚରେ ବାଇପାସ ରୋଡ କରୁଛନ୍ତି ବୋଲି ଯନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ତେବେ ସଂପୃକ୍ତ ଠିକାଦାର ଅସ୍ଥାୟୀ ବାଇ ପାସ ରାସ୍ତା କାହା ସ୍ୱାର୍ଥରେ କରୁଛନ୍ତି ? ଯଦି ଏହା ସାମୁହିକ ସ୍ୱାର୍ଥରେ କରୁଛନ୍ତି ତେବେ ଏଭଳି ନିମ୍ନ ମାନର କାର୍ଯ୍ୟ କରିବାର ଉଦ୍ଦେଶ୍ୟ କଣ ହୋଇପାରେ ? ଧାର୍ଯ୍ୟ ସମୟ ମଧ୍ୟରେ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଖରାଦିନେ ପ୍ରବଳ ଧୂଳି ରେ ଉକ୍ତ ବାଇପାସ୍ ରାସ୍ତାରେ ଯିବାକୁ ପଡୁଥିଲା ।ଏବେ ବର୍ଷାରେ ରାସ୍ତା ଧୋଇ ଯାଇଛି। ବାଇପାସ୍ ରାସ୍ତା ରେ ଧୂଳି ନ ହେବା ପାଇଁ କିମ୍ବା ବର୍ଷା ଦିନରେ ଧୋଇ ନ ହେବା ପାଇଁ ପ୍ରତିକାର ବ୍ୟବସ୍ଥା କରାଯାଇନାହିଁ । ଏପରିକି ଅସ୍ଥାୟୀ ବାଇପାସ୍ ରାସ୍ତା ପଡୋଶୀ ଜିଲ୍ଲା ତଥା ରାଜ୍ୟରେ ଉତ୍ତମ ମାନର ନିର୍ମାଣ ହେଉଥିଲେ ହେଁ ନବରଙ୍ଗପୁର ଜିଲ୍ଲା ରେ ଏହାର ଘୋର ବ୍ୟତିକ୍ରମ ଦେଖା ଦେଇଛି । ଜିଲା ତଥା ରାଜ୍ୟ ପ୍ରଶାସନ ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରି ରାସ୍ତାର ସ୍ଥାୟୀତ୍ବ ତଥା ସର୍ବସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ନିର୍ମାଣ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି.

Leave A Reply

Your email address will not be published.