ଓଡ଼ିଶାରେ ସାଙ୍କେତିକ ଭାଷାର ପ୍ରସାରକୁ ଗୁରୁତ୍ୱ : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସ୍ଵାକ୍ଷରକଲା ରାଜିନାମା
-
୪୦୦୦ ଶ୍ରବଣବାଧିତ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସାଙ୍କେତିକ ଭାଷା ତାଲିମ୍
-
୧୦୦ ଜଣ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକଙ୍କୁ ନେଇ ଗଠନ ହେବ ନୂଆ କ୍ୟାଡ଼ର୍
ଭୁବନେଶ୍ୱର: ଓଡ଼ିଶାରେ ସାଙ୍କେତିକ ଭାଷାର ପ୍ରସାରକୁ ଗୁରୁତ୍ୱ ଦେବା ପାଇଁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସଏସଇପିଡ଼ି), ଅଲି ଜବର୍ ଜଙ୍ଗ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ସ୍ପିଚ୍ ଆଣ୍ଡ ହିୟରିଂ ଡିସଏବିଲିଟିଜ୍ ସହ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର କରିଛିା ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତରେ ଏହି ରାଜିନାମା ସ୍ୱାକ୍ଷର କରାଯାଇଛିା
ଏହି ରାଜିନାମା ଅନ୍ତର୍ଗତ ପ୍ରାୟ ୧୦୦ ଜଣ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକଙ୍କୁ ନେଇ ଏକ କ୍ୟାଡ଼ର୍ ସୃଷ୍ଟି କରାଯିବା ସହ ରାଜ୍ୟର ୫୫ ଟି ଶ୍ରବଣବାଧିତ ସ୍ୱତନ୍ତ୍ର ବିଦ୍ୟାଳୟରେ ୪୦୦୦ ଛାତ୍ରଛାତ୍ରୀ, ୮୦୦ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବା ଏ ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ସାଙ୍କେତିକ ଭାଷା ଅନୁବାଦକଙ୍କ ଆବଶ୍ୟକତା ରହିଛିା ଏହା ଦ୍ୱାରା ଶ୍ରବଣବାଧିତ ଛାତ୍ରଛାତ୍ରୀମାନେ ଅତ୍ୟାବଶ୍ୟକ ସେବା, ଶିକ୍ଷାଗତ ସୁବିଧା ପାଇପାରୁ ନାହାଁନ୍ତିା ଏହି ବ୍ୟବଧାନକୁ ଦୂର କରିବା ପାଇଁ ଏହି ରାଜିନାମା ସ୍ୱାକ୍ଷର କରାଯାଇଛିା ଏହା ଦ୍ୱାରା ସମାଜରେ ସେମାନଙ୍କ ଅଂଶୀଦାରୀ ବଢ଼ିବା ସହ ସାମଗ୍ରିକ ବିକାଶରେ ସହାୟତା ହେବା
ଅନ୍ୟପକ୍ଷେ, ଏହି କାର୍ଯ୍ୟକ୍ରମରେ ସମ୍ପ୍ରସାରଣ ଦ୍ୱାରା ଶ୍ରବଣବାଧିତମାନେ ସମାଜର ବିଭିନ୍ନ ସ୍ତରରେ ବିନା କୌଣସି ସମସ୍ୟାରେ କାର୍ଯ୍ୟ କରିପାରିବୋ ସେମାନଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି ହେବ ଓ ସେମାନଙ୍କ ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମତ ପ୍ରକାଶ କରିଛନ୍ତିା
ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଏସଏସଇପିଡ଼ି ବିଭାଗର କାର୍ଯ୍ୟାଳୟରେ ଏହି ରାଜିନାମା ସମାରୋହ ଅନୁଷ୍ଠିତ ହୋଇଯାଇଛିା କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଅଙଋକ୍ତଔଗଓଉ-ଉ ର ନିର୍ଦ୍ଦେଶକ ଡ଼ ସୁମନ୍ କୁମାର, ଡ଼ ଲାନୁ ଓ୍ୱାନବଏ ଓ ଓଆରଏଫ୍ ଶ୍ରୀ ଅକ୍ଷୟ ସାଗର୍ ପ୍ରମୁଖ ଉପସ୍ଥିତ ଥିଲୋ