ଗାଇସିଲେଟ: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଥିଲା । ଏହି ଅଭିଯୋଗ ଶୁଣାଣୀ ରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ତାଲପାଲି ଛକ ଠାରୁ କଟାବାହାଲକୁ ସଂଯୋଗ କରିଥିବା ୨୦୦ ମିଟର ରାସ୍ତା ନିର୍ମାଣ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା । ଗାଇସିଲେଟ ବ୍ଲକ୍ ଅନ୍ତର୍ଗତ ତାଲପାଲି ଛକ ଠାରୁ କଟାବାହାଲ ଗ୍ରାମକୁ ସଂଯୋଗ କରିଥିବା ରାସ୍ତାଟି ଦୀର୍ଘ ଦିନରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ତାଲପାଲି ଛକ ଠାରୁ ପ୍ରାୟ ୨୦୦ ମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । କାରଣ ଏହା ପ୍ରାଇଭେଟ୍ ଲ୍ୟାଣ୍ଡ ହୋଇଥିବାରୁ ପକ୍କା ରାସ୍ତା କିମ୍ବା ମରାମତି କାମ ବି ହୋଇ ପାରୁନାହିଁ । କଟାବାହାଲ ଗ୍ରାମପଞ୍ଚାୟତର ୮ଗୋଟି ଗ୍ରାମ ଓ ତାଲପାଲି ଗ୍ରାମପଞ୍ଚାୟତର ୧ଟି ଗ୍ରାମ ସର୍ବମୋଟ ୯ଗୋଟି ଗ୍ରାମର ଲୋକେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି । ପଦମପୁର ଓ ଗାଇସିଲେଟକୁ ଯିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ତାଲପାଲି ସ୍ବାସ୍ଥ୍ୟକେନ୍ଦ୍ର ଓ ତାଲପାଲି କଲେଜକୁ ପ୍ରତ୍ୟେକ ଦିନ ଶହ ଶହ ଲୋକେ ଏବଂ ଛାତ୍ର ଛାତ୍ରୀ ଯିବା ଆସିବା କରୁଥିବାରୁ ବର୍ଷା ଦିନରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧା କୁ ଆଖି ଆଗରେ ରଖି ସରପଞ୍ଚ ଶ୍ରୀମତୀ ପଣ୍ଡା ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ନିଜ ଗ୍ରାମପଞ୍ଚାୟତ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ତେବେ ଖୁବ୍ ଶୀଘ୍ର ଉକ୍ତ ରାସ୍ତା ର ସମାଧାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post