ଜିଲ୍ଲା ସ୍ତରୀୟ ହାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

6

ବରଗଡ଼ :- ଜିଲ୍ଲା ବିଜ୍ଞାନ କେନ୍ଦ୍ର ଟୁକୁର୍ଲା, ବରଗଡ଼ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ଭିତ୍ତିକ ହାକାଥନ୍ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା ।ଉଦ୍ଘାଟନୀ ସଭାରେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଛତ୍ରୀ ସଭାପତିତ୍ବ କରିଥିବା ବେଳେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ସୁରେନ୍ଦ୍ର ସାହୁ, ଶ୍ରୀ ସରୋଜ ଭୁଏ, ଶ୍ରୀ ଲୋକନାଥ ଭୋଇ, ଶ୍ରୀ ଶୁଭମ୍ ପତି ଓ ଶ୍ରୀ ଚୂଡ଼ାମଣି ବାରିକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ହାକାଥନ୍ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ। ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକବିଦ୍ୟାଳୟ ରୁ ୩୫ ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ। ବିଚାରକ ଭାବରେ ଭୁକ୍ତା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଜୟନ୍ତ କୁମାର ସାହୁ,ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଅନିରୁଦ୍ଧ ରୋହିଦାସ, ଓ ୟୁ ଏ ଟି ଛାତ୍ର ଶ୍ରୀ ଅଭିଷେକ ଦାଶ ଓ ବୈଭବ କୁମାର ମିଶ୍ର ବିଚାରକ ଦାୟିତ୍ଵ ତୁଲାଇଥିଲେ। ଉଦଯାପନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଅମୃତା ସାହୁ, ସୁଶ୍ରୀ ଭାବନା ସାହୁ, ସୁଶ୍ରୀ ମିଶ୍ରାଣୀ କୁମ୍ଭାର, ଶ୍ରୀ ମଚ୍ଛିନ୍ଦ୍ର ମଲ୍ଲିକ, ଶ୍ରୀ ମୁକୁନ୍ଦ ମାହରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ।ଏହି ପ୍ରତିଯୋଗୀତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ପୁରୁଷୋତ୍ତମ ନାଏକ, ଯୋଗ୍ୟା ଆଲୋକିତା ବଢ଼େଇ ଏବଂ ସିମ୍ରନ୍ ପ୍ରଧାନ ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟରେ ଶ୍ରୀ ସୁବୋଧ ସାହୁ, ଶ୍ରୀ ପ୍ରିୟବ୍ରତ ସାହୁ, ଶ୍ରୀ ବୈଲୋଚନ ପ୍ରଧାନ, ଶ୍ରୀ ଗୋପୀନାଥ ପ୍ରଧାନ, ଶ୍ରୀ ଶିବିରଞ୍ଜନ ପ୍ରଧାନ ଓ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.